June 16, 2026

ଭାରତୀୟ ମଜଦୁର ସଂଘ ର ୭୦ ତମ ପ୍ରତିଷ୍ଠା ଦିବସ..

IMG-20250723-WA0039
Share

 

ପୁରୀ ତା ୨୩/୭ ଭାରତୀୟ ମଜଦୁର ସଙ୍ଘ ପୁରୀ ଜିଲ୍ଲାର ୭୦ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ।ଜିଲ୍ଲା ସଭାପତି ରାଜକୁମାର ମିଶ୍ର ଙ୍କ ସଭାପତିତ୍ୱରେ ଅନେକ ଗୁଡିଏ ଟ୍ରେଡ଼ ୟୁନିୟନ ,ବିଦ୍ୟୁତ, ରେଲୱେ, ଆଶାକର୍ମୀ,

ଉଜ୍ବଲା ଓ ଅଙ୍ଗନବାଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।ଭାରତୀୟ ମଯଦୁର ସଂଘ ହେଉଛି ଭାରତର ସବୁଠାରୁ ବଡ଼ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯାହା ୧୯୫୫ମସିହାରେ ମହାନ ରାଷ୍ଟ୍ର ନାୟକ ଓ ସମାଜ ସେବୀ ପରମ ପୂଜ୍ୟ ଦତ୍ତପନ୍ତ ଥେଙ୍ଗଡି ଜି ଙ୍କ ଦ୍ଵାରା ଭୋପାଳ ରେ ସ୍ଥାପିତ ହୋଇଥିଲା ।ବିଏମଏସ ର ଉଦେଶ୍ୟ ହେଉଛି ଶ୍ରମିକ ଙ୍କ ଅଧିକାର, ସମ୍ମାନ ଓ ସୁବିଧା ପାଇଁ ସଂଘବଧ ଭାବେ ଆବାଜ ଉଠେଇବା ସେମାନଙ୍କୁ ଶିକ୍ଷିତ , ସଚେତନ ଓ ସ୍ୱାଭିମାନି କରିବା ।ଏହି ସଂଘ ବୃହତ ଟ୍ରେଡ଼ ୟୁନିୟନ ଭାବେ ସମସ୍ତ ପ୍ରଧାନ ଅର୍ଥନୈତିକ କ୍ଷେତ୍ରରେ ନିୟୋଜିତ ଶ୍ରମିକ ମାନେ -ଯେପରିକି କାରଖାନା ,ରେଲୱେ, ଜାନଚାଳକ,ଶିକ୍ଷିକା ,ଆଶା କର୍ମୀ,ଅଙ୍ଗନବାଡି ଆଦି ସମସ୍ତ ଙ୍କୁ ସଙ୍ଘଠିତ କରିଥାଏ ପୁରୀ ଜିଲ୍ଲାରେ ମଧ୍ୟ ଏହି ଅବସର ରେ ଉତ୍ସାହ ଓ ଏକତାର ଆଭା ଦେଖିବାକୁ ମିଳିଲା ,ତାହା ଏହି ସଙ୍ଘର ଗଭୀର ସାମାଜିକ ଭୂମିକା କୁ ଆଉ ଏକ ଥର ପ୍ରମାଣିତ କରେ।

ଏହି ଉତ୍ସବରେ ପୁରୀ ଜିଲ୍ଲା ସମ୍ପାଦକ ବିଶ୍ୱନାରାୟଣ ଦାସ ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରତିମା ମଞ୍ଜୁରୀ ଦତ୍ତ, ଜିଲ୍ଲା କୋଷାଧ୍ୟକ୍ଷ ମଂଜୁଲତା ମୁଦୁଲି ,ବିଦ୍ୟୁତ ସଙ୍ଘର ସଭାପତି ଗିରିଜା ଶଙ୍କର ହୋତା, ସମ୍ପାଦକ ବସନ୍ତ ପଲେଇ, ରେଲୱେ ଠିକା ମଯଦୁର ସଂଘ ର ସମ୍ପାଦକ ସନ୍ତୋଷ ପ୍ରଧାନ,ପ୍ରିୟବ୍ରତ ଜେନା ।ଆଶା କର୍ମୀ ରିତା ମାଝି, ଜୟନ୍ତୀ ପ୍ରଧାନ,ଉଜ୍ବଲା କର୍ମୀ ରଞ୍ଜିତା ଦାସ ,କୁମୁଦିନି ସାହୁ,ସଂଯୁକ୍ତା ରଥ ।ଓଏଲ ଏମ ରୁ ସରସ୍ବତୀ ଜେନା ,ଯୋଗେନ୍ଦ୍ର ପାତ୍ର, ଅଙ୍ଗନବାଡି ସଂଗଠନ ରୁ ସୂର୍ଯ୍ୟକାନ୍ତି ପ୍ରଧାନ ,ଶୁଭ୍ରତା ରାଣୀ ମହାନ୍ତି ,ସୁଷମା ବେହେରା ପ୍ରମୁଖ କାର୍ଯ୍ୟକର୍ତା ମାନଙ୍କୁ ଜିଲ୍ଲା ସଭାପତି ରାଜକୁମାର ମିଶ୍ର ପ୍ରତିଷ୍ଠା ଦିବସରେ ଉତରିୟ ,ଫୁଲ ତୋଡା ଦେଇ ସମ୍ମାନିତ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed