October 29, 2026

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର…….

IMG-20250723-WA0037
Share

 

 

ନବରଙ୍ଗପୁର:-୨୩/୦୭/୨୫ (ଏମ୍.ଦୀନା°ଶୁ ଆଚାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ମହିଳା ମହାବିଦ୍ୟାଳୟ, ନବରଙ୍ଗପୁରଠାରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଏହାର ପ୍ରତିରୋଧ, ନିଷେଧ ଓ ନିରାକରଣ ଆଇନ-୨୦୧୩ ଓ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ଉପରେ ହେଉଥିବା ଅତ୍ୟାଚାର ଓ ନିବାରଣ ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶ୍ରୀମତୀ ସରୋଜ ପୁନମ କିସପୋଳତା, ପୋଲିସ ଉପ ଅଧିକ୍ଷକ, ନବରଙ୍ଗପୁର, ରାଜ କିଶୋର ନାଗ ଉପ ମୁଖ୍ୟ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ମଲେଶ୍ଵରୀ ସାହୁ, ଅଧକ୍ଷ୍ୟ, ମହିଳା ମହାବିଦ୍ୟାଳୟ, ନବରଙ୍ଗପୁର, କିଶୋରୀ ପଟ୍ଟନାୟକ, ପାନେଲ ଲଇୟାର, ନବରଙ୍ଗପୁର, ସଦାଶିବ ସାହୁ , ଉପ ଅଧକ୍ଷ, ଜିଲ୍ଲା ଆଇନ ଜୀବି ସଂଘ, ନବରଙ୍ଗପୁର, ରାଖୀ ଜୈନ, ସହାୟକ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ସତ୍ୟନାରାୟଣ ନାୟକ, ଅଧକ୍ଷ, ବିଦ୍ୟାଥି ମହାବିଦ୍ୟାଳୟ, ଓ ପାରା ଲିଗାଲ ସଦସ୍ୟ ଓ ପାନେଲ ଲଇୟାର, ପ୍ରମୁଖ ଯୋଗ ଦେଇଥିଲେ । ମଲେଶ୍ଵରୀ ସାହୁ, ଅଧକ୍ଷ୍ୟ, ମହିଳା ମହାବିଦ୍ୟାଳୟ, ନବରଙ୍ଗପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।

You may have missed