April 24, 2026

କେତେଦିନ ଯାଏ ପରଘରେ ପରିବାର ସହ ଜୀବନ କଟିବେ ସୁଶୀଲ ପଣ୍ଡା ?

IMG-20230723-WA0089
Share

କେତେଦିନ ଯାଏ ପରଘରେ ପରିବାର ସହ ଜୀବନ କଟିବେ ସୁଶୀଲ ପଣ୍ଡା ?
====================

ତିର୍ତ୍ତୋଲ :ବାସଗୃହ ନଥିବା ଗରିବ ଲୋକମାନଙ୍କୁ ସରକାରୀ ଆବାସ ଯୋଜନାରେ ପକ୍କା ଘର ଟିଏ ଯୋଗାଇ ଦେବାକୁ, ସରକାରଙ୍କର ମାଳମାଳ ଯୋଜନା ରହିଥିବା ବେଳେ, ସେ ସବୁଥିରୁ ବଞ୍ଚିତ ହୋଇ, ପଲିଥିନ ବିଛା ଅନ୍ୟ ବ୍ୟକ୍ତିର ଘରେ, ବଡ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି , ଗରିବ ବ୍ରାହ୍ମଣ, ସୁଶୀଲ କୁମାର ପଣ୍ଡାଙ୍କ ନିସ୍ବ ପରିବାର। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଜଗତସିଂହପୁର ଜିଲ୍ଲା , ତିର୍ତ୍ତୋଲ ବ୍ଲକ, ତରଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଶେଶ୍ୱରପୁର ଗ୍ରାମରେ। ପୁରୋହିତ କାମରେ ପୂଜାପାଠ କରି, ସ୍ୱଳ୍ପ ଆୟରେ ପରିବାର ପ୍ରତିପୋଷଣ କରିବା ବଡ କଷ୍ଟକର ହୋଇଥାଏ ବୋଲି କୁହନ୍ତି ଗ୍ରାମର ପଡିଶା ମାନେ !ସ୍ୱାମୀ ସ୍ତ୍ରୀ ଓ ପୁଅ ଝିଅ ଚାରି ଜଣଙ୍କୁ ନେଇ ଏପରି ଦୁଃଖୀ ଜୀବନ କାଟୁଛନ୍ତି ଯେ ପିଲା ଦୁଇଟିଙ୍କୁ ପାଠ ପଢ଼ାଇବା ପାଇଁ ନାକେଦମ୍ ହେବାକୁ ପଡୁଛି। ୨୦୧୧ ମସିହାରେ ତାଙ୍କୁ ମିଳିଥିବା ଇନ୍ଦିରା ଆବାସ ଯୋଜନାରେ ଘରଟିକୁ , ଆର୍ଥିକ ଦୂରାବସ୍ଥା ଯୋଗୁଁ, କରି ନପାରିବାରୁ, ବ୍ଲକର ନୋଟିସ୍ କ୍ରମେ ପାଇଥିବା ଟଙ୍କା ଫେରସ୍ତ କଲେ, ନୂତନ କାର୍ଯ୍ୟାଦେଶ ପାଇବ ବୋଲି ଗତ ତା ୧/୧୨/୨୦୧୫ ରିଖରେ ,୫୦୦୦’/ ପାଞ୍ଚହଜାର ଟଙ୍କା ଫେରସ୍ତ କରି , ବିଭାଗୀୟ ଅଧିକାରୀଙ୍କ ଠାରୁ ରସିଦ୍ ପ୍ରାପ୍ତ ହୋଇଥିଲେ । ଇତି ମଧ୍ୟରେ ଦୀର୍ଘ ଆଠବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଘରଟିଏ ମିଳି ପାରିନାହିଁ । ପଞ୍ଚାୟତ ଅଫିସରୁ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ତିର୍ତ୍ତୋଲ ବ୍ଲକ ରେ ଗତ ତା ୬/୨/୨୦୨୩ ରିଖ ଦିନ ଜନ ଶୁଣାଣି ଶିବିର ରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦରଖାସ୍ତ ଦେଲା ପରେ,ଉକ୍ତ ଦିନ ଜିଲ୍ଲାପାଳ, ପତ୍ରସଂଖ୍ୟା ନଂ ୧୬୪୨ ରେ , ତିର୍ତ୍ତୋଲ ବ୍ଲକ ବିଡ଼ିଓ ଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ! । ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ମଧ୍ଯ ତିର୍ତ୍ତୋଲ ବ୍ଲକ ବିଡ଼ିଓ ଆଦୌ ଗୁରୁତ୍ଵ ଦେଲେନାହିଁ । ଯାହାଫଳରେ ନିଜ ଭିଟାମାଟି ରେ ଘରଖଣ୍ଡିଏ କରିନପାରି ପରଘରେ, ପଲିଥିନ ତଳେ ଜୀବନ ବିତାଉଛନ୍ତି ଗରିବ ବ୍ରାହ୍ମଣ ସୁଶୀଲ କୁମାର ପଣ୍ଡା । ସରକାରୀ ଆବାସ ଗୃହ ମିଳିବା ପ୍ରହସନ ନୁହେଁଁ ତ ? କେବେ ମିଳିବ ତାଙ୍କୁ ସରକାରୀ ଆବାସ ଯୋଜନାରେ ପକ୍କା ଘର ଟିଏ ? ବାଟମାରଣା ହେଇ ଯାଉଛି କି ସରକାରଙ୍କ ଆବାସ ଯୋଜନାଗୃହ ?କେତେ ଦିନ ଅପେକ୍ଷା କରିବେ ଗୃହ ଖଣ୍ଡକ ପାଇଁ ? ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed