ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର କବିତା ଆସର 

IMG-20250623-WA0017
Share

 

 

ଛତ୍ରପୁର.ତା.୨୩/୬/୨୦୨୫(ଅରୁଣ କୁମାର ପଣ୍ଡା)ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ତରଫରୁ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୋମନାଥ ସାହୁ, ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ଶୈଳବାଳା ପାଣିଗ୍ରାହୀ, ସନ୍ତୋଷ କୁମାର ଦାସ, ବଳରାମ ପଲେଇ, ବିନୋଦିନୀ ନାୟକ, ଟି. ରାମାନୁଜ ଦାସ,ନରେନ୍ଦ୍ର ପଣ୍ଡା, ବିଜୟ ରାଉଳ, ଯତିରାଜ ନାୟକ ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l ଭକ୍ତି ସଙ୍ଗୀତର ମହନୀୟତା ବିଷୟରେ ଆଲୋକପାତ କରି ଆଜିର ଏହି ଉଗ୍ର ଆଧୁନିକତାରେ ଭକ୍ତି ସଙ୍ଗୀତ ମନକୁ ଆନନ୍ଦ ଦେବାସହ ଭକ୍ତି ରସରେ ବାନ୍ଧି ରଖିଥାଏ ବୋଲି ନିଜ ଅଭିଭାଷଣରେ ସଭାପତି ଓ ସମ୍ପାଦକ ବ୍ୟକ୍ତ କରିଥିଲେ l କବୟିତ୍ରୀ ବିନୋଦିନୀ ନାୟକ କବିତା ସଂଯୋଜନା କରିଥିଲେ ଏବଂ ଯତିରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

You may have missed