ଆଶା ସାଗର ପୁନଃଉଦ୍ଧାର କାର୍ଯ୍ୟ କେବେ ସରିବ..

IMG-20250623-WA0015
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଭବାନୀପାଟଣା ସହର ମଧ୍ୟ ସ୍ଥଳରେ ଅବସ୍ଥିତ ଆଶା ସାଗରର ପୁନଃଉଦ୍ଧାର ତଥା ସୌନ୍ଦର୍ଯ୍ୟ କରଣ ପାଇଁ ସହର ବାସି ଅନେକ ବର୍ଷରୁ ଦାବି କରିଆସୁଥିଲେ।ଶେଷରେ ଓଡିଶା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ବର୍ଷ ନଭେମ୍ବର ମାସରେ ଆଶା ସାଗରର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ପ୍ରକାଶ ଥାଉ କି ୧୮୬୦ ମସିହାରେ ତତ୍କାଳିନ କଳାହାଣ୍ଡି ମହାରାଜଙ୍କ ଦ୍ୱାରା ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ ଜମିରେ ଆଶା ସାଗର ର ଖନନ କାର୍ଯ୍ୟ କରାଯାଇଥିଲା ଏବଂ

ବର୍ତ୍ତମାନ ଏହାର ପ୍ରାୟ ତିନି ଭାଗରୁ ଭାଗେ ଜାଗା ଲୋକଙ୍କ ଦ୍ୱାରା ଜବରଦଖଲରେ ଅଛି।ବଳକା ପ୍ରାୟ ପଞ୍ଚଷଠି ଏକର ଜମି ଉପରେ ଏହି କାମ ପାଇଁ ପ୍ରାୟ ୬ କୋଟି ୭୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା।ଏହା ପରେ ଲୋକ ଦେଖାଣୀଆ ଭାବେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କିଛି ଦିନ ଚାଲିବା ପରେ କାମ ଅନେକ ଦିନ ହେଲା ବନ୍ଦ ହୋଇ ପଡିରହିଛି। ଏବାବଦରେ ପୌରପାଳିକା ଅଧ୍ୟକ୍ଷଙ୍କ କହିବା ଅନୁଯାଇ ବର୍ତମାନ ପର୍ଯ୍ୟନ୍ତ ୨କୋଟି ୯୦ ଲକ୍ଷ୍ୟ ଟଙ୍କା ଆଶା ସାଗର ସୌନ୍ଦର୍ଯ୍ୟକରଣ ବାବଦରେ ଖର୍ଚ୍ଚ କରାଯାଇଛି ଏବଂ ଆସନ୍ତା ଦିନ ମାନଙ୍କରେ ଏହାର କାର୍ଯ୍ୟ ପୁଣି ଆରମ୍ଭ କରାଯିବ। ଏନେଇ ସହରବାସିଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ଯେ ବର୍ତମାନ ପର୍ଯ୍ୟନ୍ତ ଯେତିକି ଓ ଯେପରି କାର୍ଯ୍ୟ କରାଯାଇଛି ସେଥିରେ ପ୍ରକୃତରେ ୨ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ନା ନାହିଁ। ତେଣୁ ବର୍ତମାନ ସହରବାସି ଏବାବଦରେ ଯାଞ୍ଚ କରାଯାଉ ଓ ଅତିଶୀଘ୍ର ଆଶା ସାଗରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଦାବି କରିଛନ୍ତି।