November 10, 2026

ବେଗୁନିଆ ମଣ୍ଡଳ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପେନ ଓରିଏଣ୍ଟେସନ୍-୨୦୨୬ ଅନୁଷ୍ଠିତ ..

IMG-20261110-WA0003
Share

 

 

ବେଗୁନିଆ,(ଉପାନ୍ତ ଖବର ମାନସ ରଞ୍ଜନ କର) ତା.୦୯.୧୧:ବେଗୁନିଆ ମଣ୍ଡଳ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପେନ ଓରିଏଣ୍ଟେସନ୍ -୨୦୨୬ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ସୋମବାର ଦିନ ଅନୁଷ୍ଠିତ ହେଇଯାଇଛି | ଏଥିରେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅର୍ଣ୍ଣବ କୁମାର ବେଉରା ମୁଖ୍ୟ ଅତିଥି,ମିଳିତ ସଂଘର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ବକ୍ତା, ଦୁଇ – ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁରେଶ ଚନ୍ଦ୍ର ସେଠୀ ଓ ତ୍ରିନାଥ ବେହେରା ,ବେଗୁନିଆ ଗ୍ରାମ୍ୟ ଉନ୍ନୟନ କମିଟି ଅଧ୍ୟକ୍ଷ ମାୟାଧର ମାର୍ଥା,ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ,ସମ୍ପୃକ୍ତ ସାଧନ କେନ୍ଦ୍ରର ସଂଯୋଜକ ସୂର୍ଯ୍ୟନାରାୟଣ ପଣ୍ଡା, ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମୁକ୍ତ ବିଦ୍ୟାଳୟରେ ନାମ ଲିଖନ ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିଲେ |

ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ | ମୁକ୍ତ ବିଦ୍ୟାଳୟ ମଣ୍ଡଳ ସଂଯୋଜିକା ସୁନୀତା ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ସାଧନ କେନ୍ଦ୍ରର ସଂଯୋଜକ ସଂଯୋଜିକା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୨୦୨୫ ଓ ୨୦୨୬ ମେଟ୍ରିକ୍ ପରୀକ୍ଷାରେ ଆକୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ମୁକ୍ତ ବିଦ୍ୟାଳୟରେ ଲେଖା ଯାଇଥିଲା | ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କ ରଚନା ଓ ଶିକ୍ଷକ ହିମାଂଶୁ ଭୂଷଣ ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଏକ ସଚେତନ ମୂଳକ ନାଟକ ଦୁର୍ଗାମଣ୍ଡପ ଠାରେ ପରିବେଷଣ କରିଥିଲେ | ଏଥିରେ କବି ଲକ୍ଷ୍ମୀଧର ମହାରଣା ,ଶିକ୍ଷକ ଶିବନାରାୟଣ ଦାଶ ଓ ଶ୍ୟାମସୁନ୍ଦର ମଲ୍ଲିକ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ | ପରିଶେଷରେ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ପ୍ରଧାନ ଶିକ୍ଷକ ଦିବାକର ସାହୁ , ସମାଜସେବୀ ଭବାନୀ ଶଙ୍କର ଜୟସିଂହ,ବିଦ୍ୟାଳୟର ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ,ଜ୍ଞାନରଞ୍ଜନ ମହାଳିକ,ସମସ୍ତ ଶିକ୍ଷୟତ୍ରୀ,ଶିକ୍ଷାକର୍ମୀ ଓ ବେଗୁନିଆ ଅଞ୍ଚଳର ଯୁବ ଗୋଷ୍ଠୀ ଏବଂ ବରିଷ୍ଠ ନାଗରିକ ଛାତ୍ର ଛାତ୍ରୀ ରାଲିରେ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ |