March 11, 2026

ଅଳ୍ପ ବର୍ଷାରେ ସମସ୍ୟାର ନର୍ଦ୍ଦମା ର ଆବର୍ଜନା ରାସ୍ତା ଉପରେ ଭାସୁଛି…..

IMG-20240623-WA0013
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସାମାନ୍ୟ ବର୍ଷା ରେ
ନବରଙ୍ଗପୁର ଜିଲା ଉମରକୋଟ ପୈର ପରିଷଦ ର ୧୧ ନମ୍ବର ୱାର୍ଡର ଚଢେଇଗୁଡା ରେ ଲୋକଙ୍କ ଘର ମୁହଁରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ପରିସ୍ଥିତି ଏପରି ହେଇଛି ଯେ ଲୋକଙ୍କୁ ଘରୁ ବହରିବା ମୁସ୍କିଲ ହେଇ ପଡିଛି। ପାଣି ଜମି ଯିବାରୁ ମଶା ଓ ସାପ ର ଉପ ଦ୍ରବ ବଢିବାରେ ଲାଗିଛି। ବାପା ମା ଛୋଟ ଛଟ ଛୁଆ ଙ୍କୁ ବାହାର କୁ ଛାଡ଼ିବା ପାଇଁ ବିପଦ ମନେ କରୁଛନ୍ତି। ସାହି ବାସିନ୍ଦା ତପନ ହରିଜନ, ରାଜେନ୍ଦ୍ର ହରିଜନ, ପାତଲୁ ହରିଜନ, ବରୁଣ ଅଭିଯୋଗ କରିଛନ୍ତି।ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ ପରିମଳ ଦାଇତ୍ୱ ରେ ଥିବା ଅଧିକାରୀ ଙ୍କୁ କହି ସମସ୍ୟା ସମାଧାନ କରିବୁ ବୋଲି କହିଛନ୍ତି।

You may have missed