April 27, 2026

ତିର୍ତ୍ତୋଲ ପଞ୍ଚାୟତ ସମିତିର ତୃତୀୟ ଅଧିବେଶନ, ଅଧାରୁ ଉଠିଗଲେ ବିଧାୟକ !

IMG-20230623-WA0054
Share

ତିର୍ତ୍ତୋଲ ପଞ୍ଚାୟତ ସମିତିର ତୃତୀୟ ଅଧିବେଶନ, ଅଧାରୁ ଉଠିଗଲେ ବିଧାୟକ !
==================== ଝଙ୍କଡ଼ :-ତା ୨୩/୬/୨୦୨୩ ତିର୍ତ୍ତୋଲ ପଞ୍ଚାୟତ ସମିତି ର ତୃତୀୟ ଅଧିବେଶନ ଗତ ଶୁକ୍ରବାର ଦିନ ବ୍ଲକର ସଭାଗୃହ ରେ ଅଧ୍ୟକ୍ଷ ମନୋଜ କୁମାର ବେହେରା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୂଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ସଅଁରା ଶାରଳାପୀଠ କନକପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ଅଭିଯୋଗ ହେଉଥିବାରୁ ବିଭାଗୀୟ ଅଧିକାରୀ ମାନେ ଘଟଣାର ଅନୁଧ୍ୟାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ, ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ , ଜଗତସିଂପୁର ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି , ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ, ବିଡ଼ିଓ ଅଟକବିହାରୀ ସ୍ୱାଇଁ , ଜିଲ୍ଲାପରିଷଦ ରଞ୍ଜିତା ସିଂହ, ଗଙ୍ଗାଧର ବିଶ୍ୱାଳ, ସୁନୀଲ କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ! ମାତ୍ର କୌଣସି କାରଣରୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏହି ବୈଠକରେ ଯୋଗଦେଇନଥିଲେ । ବୈଠକର ପ୍ରାରମ୍ଭରୁ ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି ମାନେ ନିଜର ପଞ୍ଚାୟତ ରେ ଲାଗିରହିଥିବା ସମସ୍ୟା ଉପରେ ଆଲୋଚନା କରି ଏହାର ଆଶୁ ସମାଧାନ ପାଇଁ ଦାବୀ କରିଥିଲେ। ବିଭାଗୀୟ ଅଧିକାରୀ ମାନେ ମଧ୍ୟ ସଠିକ୍ ତଥ୍ୟ ଭିତ୍ତିକ ଉତ୍ତର ନଦେବାରୁ କିଛିସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ମୁଳିଶିଂ ସରପଞ୍ଚ ସଫି ଆଜାମ, ମୁଲିଶିଂ, ବିରୀତୋଳ
ପଞ୍ଚାୟତରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସୃଷ୍ଟି ହେଉଥିବାରୁ କନକପୁର ଷ୍ଟ୍ରକ୍ଚ ଚର୍ ସହିତ ବିଦ୍ୟୁତ୍ ସଂଗଯୋଗ କରିବା ପାଇଁ ଦାବୀ କରିବା ସହିତ ସଅଁରା ସାରଳା ରାସ୍ତା ର ଉଭୟ ପାର୍ଶ୍ବରେ ମାଟି ଫିଲିଙ୍ଗ କରାଇବାକୁ ଦାବୀ କରିଥିଲେ । ସେହିପରି ମୁଳିସିଂ ସରକାରୀ ହାଇସ୍କୁଲ ର ଉପରେ ଇଲେଭେନ୍ କେଭି ଲାଇନ୍ କୁ ହଟାନଗଲେ, ଭବିଷ୍ୟତରେ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଉପରେ ବିପଦର ଆଶଙ୍କା ରହିଛି ବୋଲି ସେ ଉଦବେଗ ପ୍ରକାଶ କରୁଥିଲେ । ତେବେ ସାଂସଦଙ୍କ ପ୍ରତିଶ୍ରୁତି ପରେ ଲାଗିରହିଥିବା ହଟଗୋଳ ଶାନ୍ତ ପଡ଼ିଯାଇଥିବାର ଦେଖିବାକୁ ମିଳିଥିଲା। ଅତିରିକ୍ତ ବିଡ଼ିଓ ସତ୍ୟଜିତ୍ ସ୍ୱାଇଁ ଧନ୍ୟବାଦ ଦେଇଥିବାବେଳେ ବ୍ଲକ ସମସ୍ତ କର୍ମଚାରୀ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା