July 14, 2026

ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ଆପ

IMG-20230523-WA0005
Share

ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ଆପ

ବୋଲଗଡ଼,୨୩/୦୫(ଉପାନ୍ତ ଓଡିଶା): ଦେଶ ପାଇଁ କୁସ୍ତି ଲଢି ପଦକ ଜିତୁ ଥିବା ମହିଳା କୁସ୍ତିଯୋଦ୍ଧା ମାନେ କୁସ୍ତି ସଂଘ ର ସଭାପତି ତଥା ବି ଜେ ପି ର ସାଂସଦ ବ୍ରିଜ ଭୁଷଣ ସିଙ୍ଘଙ୍କ ବିରୋଧରେ ଯୌନ ନିର୍ଯାତନା ର ଅଭିଯୋଗ ଆଣି ନ୍ୟାୟ ପାଇଁ ଦୀର୍ଘ ୩୦ ଦିନ ଧରି ଜନ୍ତର ମନ୍ତର୍ ଠାରେ ଧାରଣା ରେ ବସି ଛନ୍ତି। ସେମାନଙ୍କ ସମର୍ଥନରେ ଆମ୍ ଆଦମୀ ପାର୍ଟୀ ବେଗୁନିଆ ବୋଲଗଡ଼ ର ସଭାପତି କଳ୍ପତରୁ ପଣ୍ଡାଙ୍କ ନେତୃତ୍ବରେ ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବାଘମାରୀ ଗ୍ରାମ ପଞ୍ଚାୟତ ପଣସ ବସ୍ତ ଠାରେ ଏକ ମହିଳା ମାନଙ୍କ ସଭା ଆୟୋଜିତ କରା ଜାଇ ଥିଲା। ଯେଉଁ ଥିରେ ସମସ୍ତ ମହିଳା ଦୃଢ ଭାବେ ଘଟଣା କୁ ନିନ୍ଦା କରିବା ସହ ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ନ୍ୟାୟ ଦାବୀ କରି ଥିଲେ। ଆଗାମୀ ଦିନରେ ପ୍ରତି ପଞ୍ଚାୟତ ରେ ଏହୀ ଆନ୍ଦୋଳନ କୁ ପ୍ରସାର କରା ଯିବାର ଆପ ତରଫରୁ ଲକ୍ଷ୍ୟ ରଖା ଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed