ମା ପେଟରେ ନବଜାତ ଶିଶୁର ମୃତ୍ୟୁ, ମାଙ୍କ ଜୀବନ ରକ୍ଷା କଲେ ବିରଳ ରକ୍ତ ବର୍ଗ ର ରକ୍ତଦାତା
ସମ୍ବଲପୁର, ୨୩. ୦୪():ମା ପେଟରେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର ଜାଣିପାରିବା ପରେ ମାଙ୍କ ଜୀବନ ରକ୍ଷା ପାଇଁ ଲୋଡ଼ା ପଡିଥିଲା ରକ୍ତ। ତାହା ପୁଣି ବିରଳ ରକ୍ତ ବର୍ଗ ବି ନେଗେଟିଭ। ଏହି ବିରଳ ରକ୍ତଦାନ କରି ସମାଜର ୨ ଯୁବକ ଆଜି ଆଜି ପ୍ରଶଂସା ସାଉଁଟିଥିବା ବେଳେ ଏହାର ମଧ୍ୟସ୍ଥି କରିଥିବା ସମ୍ବଲପୁର ସହରରେ ଥିବା ସମ୍ବଳ ଅନୁଷ୍ଠାନର ମୁଖ୍ୟ ରାମଦାସ ପଣ୍ଡା ମିଳୁଛି ବାହାବା।
ମିଳିଥିବା ସୂଚାନା ଅନୁସାରେ ରାଉରକେଲା ର ଜଣେ ଗର୍ଭବତୀ ମହିଳା ପ୍ରସୂତି ପାଇଁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ଥିବା ଜାଣି ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ରେଫର କରିଥିଲେ।ମହିଳାଙ୍କର ଗର୍ଭାଶୟରେ ନବଜାତ ଶିଶୁର ମୃତ୍ୟୁ ହୋଇ ଯାଇଥିବା ଜାଣି ଡାକ୍ତର ତାଙ୍କୁ ଶୈଳ ଚିକିତ୍ସା କରିବାକୁ ପରାମର୍ଶ ଦେବା ସହ ଏଥିପାଇଁ ୨ ୟୁନିଟ ରକ୍ତ ମହଜୁଦ ରଖିବାକୁ କହିଥିଲେ।ଏହି ମହିଳାଙ୍କ ରକ୍ତ ବି ନେଗେଟିଭ ହୋଇଥିବାରୁ ପରିବାର ବର୍ଗଙ୍କୁ ଯୋଗାଡ଼ କରିବା ସମ୍ଭବ ହୋଇନଥିଲା। ରକ୍ତ ଯୋଗାଡ଼ ନ ହେଲେ ଅସ୍ତ୍ରୋପଚାର ହେଇ ପାରିବ ନାହିଁ ତେଣୁ ଡାକ୍ତର ଓଜସ୍ୱିନୀ ପଟେଲ ସମ୍ବଳ ଅନୁଷ୍ଠାନ ର ସମାଜସେବୀ ରାମଦାସ ପଣ୍ଡା ଙ୍କୁ ଯୋଗାଯୋଗ କରିଥିଲେ l ରାମଦାସ ପ୍ରଥମେ ବୁର୍ଲା, ସମ୍ବଲପୁର ଏପରିକି ବରଗଡ ରକ୍ତଭଣ୍ଡାର କୁ ମଧ୍ୟ ଯୋଗାଯୋଗ କରିଥିଲେ, କିନ୍ତୁ ବି ନେଗେଟିଭ ଏକ ବିରଳ ରକ୍ତ ବର୍ଗର ହୋଇଥିବା ଯୋଗୁଁ ଗୋଟିଏ ବି ରକ୍ତ ମିଳିପାରି ନ ଥିଲା। ଶେଷରେ ସମାଜସେବୀ ରାମଦାସ ନିୟମିତ ରକ୍ତଦାତା ମନୋଜ ଶର୍ମା ଏବଂ ଆଦିତ୍ୟ ପୁରୋହିତଙ୍କ ସହ ଯୋଗାଯୋଗ କରି ମା ର ଜୀବନ ରକ୍ଷା ପାଇଁ ରକ୍ତର ଆବଶ୍ୟକତା ସମ୍ପର୍କରେ ଉଭୟ ରକ୍ତଦାତାଙ୍କୁ ଜଣାଇଥିଲେ। ଏଭଳି ଖବର ପାଇ ବିଳମ୍ବ ନ କରି ଉଭୟ ରକ୍ତଦାତା ବୁର୍ଲା ରକ୍ତଭଣ୍ଡାର ରେ ପହଞ୍ଚି ରକ୍ତଦାନ କରିଥିଲେ।ଏଥିରେ ରକ୍ତଭଣ୍ଡାର ର କର୍ମଚାରୀ ଦେବାଶିଷ ମିଶ୍ର ଓ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବିରଳ ବର୍ଗର ରକ୍ତଦାତା ମୁମୁର୍ଷୁ ଅବସ୍ଥାରେ ଥିବା ଜଣେ ମାଙ୍କ ଜୀବନ ରକ୍ଷା ପାଇଁ ଯେଭଳି ତ୍ୟାଗ ସ୍ୱୀକାର କରିଛନ୍ତି ଆଜିର ଦୁନିଆଁରେ ଖୁବ ବିରଳ ଘଟଣା। ଏଭଳି ଖବର ପବନ ବେଗରେ ପ୍ରଚାର ହେବାରୁ ବିରଳ ରକ୍ତବର୍ଗର ରକ୍ତଦାତା ମନୋଜ ଓ ଆଦିତ୍ୟ ଙ୍କ ମାନବିକତା ଙ୍କୁ ଚାରିଆଡେ ଭୁୟସୀ ପ୍ରସଂଶା କରାଯାଉଛି। ଅନ୍ୟପଟରେ ଯାହାଙ୍କ ପାଇଁ ମୁମୁର୍ଷୁ ଜୀବନ ରେ ଆଶାର ସଂଚାର ସୃଷ୍ଟି ହେଲା ସେହି ରାମଦାସ ପଣ୍ଡାଙ୍କୁ ମଧ୍ୟ୍ୟ ଚାରିଆଡୁ ଭୁରିଭୁରି ପ୍ରଶଂସା କରାଯାଉଛି।
