April 28, 2026

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ

IMG-20260423-WA0023
Share

 

 

ଆଜି ସ୍ଥାନୀୟ ଆର୍ଟ ଗ୍ୟଲେରୀ କୋରାପୁଟ ଠାରେ ସକାଳ ୯ ଟା ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ଅବସରେ ଫୋଟ ଚିତ୍ରରେ ମାଲ୍ୟାର୍ପଣ,ପୂଜ୍ୟପୂଜା,ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରାଧା ରାଣୀ ସରକାର,ବୁଦ୍ଧିଜୀବି, ସାହିତ୍ୟିକ,କବି,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ । କବି ଶ୍ରୀ ରବି ଶତପଥୀ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀଙ୍କୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ନେତା,ଆଦର୍ଶବାଦୀ, ସାଧୁତା ଓ ଭୁସଂସ୍କାର ଆଇନ ର ସଫଳ ରୂପାୟନକର୍ତ୍ତା ରୂପେ ଅଭିହିତ କରି ନିଜ ଜୀବନରେ ତାଙ୍କର ଆଦର୍ଶ ଓ ଦର୍ଶନ କୁ ପ୍ରତିଫଳିତ କରିବା ପାଇଁ ଆହ୍ବାନ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର