May 18, 2024

ଗଜପତିରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଜଣେ ଗିରଫ

Share

 

ପାରଳାଖେମୁଣ୍ଡି:୨୩/୪ଗଜପତି ଜିଲ୍ଲା ମୋହନା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ରାଜନସାହି ଛକ ନିକଟରୁ ଅଟୋ ସହ ଗଞ୍ଜେଇ ଜବତ କରିଛି | ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ରାଇଜୁକା ଗ୍ରାମର ହେମନ୍ତ ନାୟକକୁ ଗିରଫ କରି କୋର୍ଟ ଚାଲାଣ ଲାଣ କରିଛି ଅବକାରୀ ବିଭାଗ | ଉକ୍ତ ଗଞ୍ଜେଇ ଗଜପତିରୁ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିଲା I ଜବତ ଗଞ୍ଜେଇର ଓଜନ କେଜି ହୋଇଥିବା ବେଳେ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ମୋହ‌ନା ଅବକାରୀ ଥାନା ଅଧିକାରୀ ସୁଧାଂଶୁ ମୁଣ୍ଡା ସୂଚନା ଦେଇଛନ୍ତି.(ଗରୁଡ଼ ଧ୍ଵଜ ଚୌଧୁରୀ)