April 26, 2026

ବିଶ୍ୱଜିତ ଦାଶ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚl ସଭାପତି ଭାବେ ନିଯୁକ୍ତ ..

IMG-20260323-WA0019
Share

ତିର୍ତ୍ତୋଲ ତା 23/3/2026 ତିର୍ତ୍ତୋଲ ବ୍ଲକ, ତେନ୍ତୁଳିପଦା ଗ୍ରାମର ସୁସଙ୍ଗଠକ ବିଶ୍ୱଜିତ ଦାଶ ଙ୍କୁ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଭାବେ ନିଯୁକ୍ତି କରାଯାଇଛି l ଏହି ଅବସରରେ ପାରାଦ୍ୱୀପ ଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେଇ ଶ୍ରୀ ଦାଶ ନିଜର ପ୍ରତିକ୍ରିୟା ରେ କହିଲେଯେ, ମୋ ଉପରେ ଅତୁଟ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି, ମୋତେ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିବାରୁ, ମୁଁ ଦଳର ଶୀର୍ଷ ନେତୃତ୍ୱ ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଜୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲାର ମାର୍ଗଦର୍ଶକ ତଥା ସଭାପତି ପ୍ରତାପ କୁମାର ମିଶ୍ର ଓ ବିଶେଷକରି ମାନ୍ୟବର ମନ୍ତୀ ସମ୍ପଦ ସ୍ୱାଇଁ ମହୋଦୟ ଙ୍କ ନିକଟରେ ଗଭୀର କୃତଜ୍ଞତା ଓ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛି l ମୋତେ ଯେଉଁ ଗୁରୁଦାୟିତ୍ୱ ଦିଆଯାଇଛି ମୁଁ ତାହାକୁ ନିଷ୍ଠାର ସହିତ ଓ ନିସ୍ଵାର୍ଥପର ଭାବରେ ପାଳନ କରିବା ସହିତ, ଯୁବଶକ୍ତି କୁ ସଂଗଠିତ କରି ଆମେ ସମସ୍ତେ ମିଳିମିଶି ଦଳୀୟ ସଙ୍ଗଠନ କୁ ସୁଦୃଢ କରିବାପାଇଁ ପ୍ରୟାସ ଜାରିରଖିବୁ l ଏଥିପାଇଁ ଆଗାମୀଦିନରେ ମୁଁ ସମସ୍ତଙ୍କର ସହଯୋଗ ଓ ଆଶୀର୍ବାଦ କାମନା କରୁଅଛି ।

ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର