August 24, 2026

ଆମ୍ ଆଦମୀ ପାର୍ଟୀ ବେଗୁନିଆ ବୋଲଗଡ଼ ତରଫରୁ

Share

ବୋଲଗଡ଼, ୨୩/୦୩(ନ୍ୟୁଜ ଉପାନ୍ତ ଓଡିଶା। ): ବିଧାୟକ ମାନଙ୍କର ଦରମା ବୃଧୀ ପୁର୍ବରୁ ସମାଜ ର ତଳ ଶ୍ରେଣୀ ରେ ରହୁଥିବା ଅସହାୟ ମାନଙ୍କର ଜଥା ଭିନ୍ନକ୍ଷମ ଭତ୍ତା. ବାର୍ଧକ୍ୟ ଭତ୍ତା. ଓ ବିଧବା ଭତ୍ତା ବୃଧୀ କରିବା ପାଇଁ ଦାବୀ କରାଯାଇଛି. ଏହୀ ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଫାଶିଓଦା ପଞ୍ଚାୟତ ଶ୍ରୀ ରଘୁନାଥ ଦେବ ମଠ ପରିସରରେ ଲଖ୍ମିଧର ମହାପାତ୍ରଙ୍କ ଆବାହକତ୍ବରେ ଏକ ସଭା ଆୟୋଜିତ ହୋଇ ଯାଇଛି ଯେଉଁଥିରେ ବିଧାନ ସଭା ଖେତ୍ର ସଭାପତି କଳ୍ପତରୁ ପଣ୍ଡା. ବୋଲଗଡ଼ ବ୍ଲକ୍ ସଭାପତି କିଶୋର ଚନ୍ଦ୍ର ସାହୁ. ପ୍ରମୁଖ ଯୋଗ ଦେଈ ଆମ୍ ଆଦମୀ ପାର୍ଟୀ ଶାସିତ ରାଜ୍ୟରେ ସାଧାରଣ ଜନତାଙ୍କୁ ମିଳୁଥିବା ମୌଳିକ ସୁବିଧା ସୁଯୋଗ ଗୁଡିକ ସମ୍ପର୍କରେ ଆଲୋଚନା କରୀ ଥିଲେ.ତୃଣମୂଳ ସ୍ତରରେ ଏହୀ ବାର୍ତା ପହଞ୍ଚାଇବାକୁ ବିଭିନ୍ନ ପଞ୍ଚାୟତ ଋ ଆସିଥିବା କର୍ମୀ ମାନେ ଦାୟିତ୍ୱ ନେଇ ଥିଲେ. ଶେଷରେ ଅକୃର୍ ସେଠୀ ଧନ୍ୟବାଦ ଅର୍ପଣ କରୀ ସଭା ସାଙ୍ଗ ହୋଇ ଥିଲା. ଆଜିର ସଭାରେ ମୁବାରକ୍ ଅଲୀ ଖାନ୍. ଅଖିଳ ବିଶ୍ୱାଳ. ଭାସ୍କର ମହାପାତ୍ର. ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଯୋଗ ଦେଈ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

You may have missed