March 8, 2026

ଗୁମ୍ମା ବ୍ଲକରେ ନୂତନ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ…

chas
Share

 

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ଯସ୍ମୀନ କୁମାର ପ୍ରଧାନ ଯୋଗ ଦେଇଛନ୍ତି।ସେ ଏହାପୂର୍ବରୁ ଡେ଼ପୁଟି କମିଶନ ବିଏମସି ଭୁବନେଶ୍ୱର ଠାରେ କାର୍ଯ୍ୟରତ ଥିଲେ।ଗୁମ୍ମା ବିଡ଼ିଓ ଶରତ କୁମାର ପାତ୍ରଙ୍କ କାଶୀନଗର ବ୍ଲକ ବଦଳି ହୋଇଥିଲା।ବୁଧବାର ବିଡ଼ିଓ ଶରତ କୁମାର ପାତ୍ର ନୂତନ ବିଡ଼ିଓ ଶ୍ରୀ ପ୍ରଧାନଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପରେ।ନୂତନ ଭାବେ ଯୋଗଦାନ ଦେଇଥିବା ବିଡ଼ିଓ ଶ୍ରୀ ପ୍ରଧାନ ଗୁମ୍ମା ବ୍ଲକର ସାମଗ୍ରିକ ବିକାଶ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ସୁବିଧା ଯୋଗାଇ ଦେବା,ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ସହ ନିର୍ବାଚନ ପରିଚାଳନାକୁ ଦାୟିତ୍ଵ ସହ ପ୍ରଦାନ କରିବା ପାଇଁ ଚେଷ୍ଟା କରିବୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।ନୂତନ ବିଡିଓଙ୍କୁ ବ୍ଲକର କର୍ମଚାରୀ ତଥା ସ୍ଥାନୀୟ ଜନ ପ୍ରତିନିଧି ଓ ବ୍ଲକର ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରଶାସନିକ ଅଧିକାରୀ ଭାବେ ସାଧାରଣ ଲୋକଙ୍କ ପାଖରେ ସରକାରୀ ସୁବିଧା ଯୋଗାଇ ଦେବାକୁ ଅଧିକା ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ କହିଛନ୍ତି ବିଡ଼ିଓ ଯସ୍ମୀନ କୁମାର ପ୍ରଧାନ।(ଗରୁଡ଼ ଧ୍ଵଜ ଚୌଧୁରୀ)