October 28, 2026

ଛତ୍ରପୁର ବ୍ଲକ ସ୍ତରୀୟ ଭତ୍ତା ବଣ୍ଟନ…

gy
Share


ଛତ୍ରପୁର,- ଛତ୍ରପୁର ବ୍ଲକ ସ୍ତରୀୟ ନୂତନ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ ହୋଇଛି ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ କର୍ଯ୍ୟାଳୟ ପରିସରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ ଅତିଥି ଭାବେ ଯୋଗଦେଇ ଏହି ଭତ୍ତା ବଣ୍ଟନ କରିଥିଲେ ଭତ୍ତା ପାଇବାକୁ ପେଣ୍ଡିଙ୍ଗ ଥିବା ହିତାଧିକାରୀ ଙ୍କୁ ମଧୁ ବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରି ଭତ୍ତା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ଛତ୍ରପୁର ବ୍ଲକ ର 1451 ଜଣ ନୂତନ ହିତାଧିକାରୀ ଙ୍କୁ ମଧୁ ବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି ଏଥିସହ ଭତ୍ତା ବାବଦରେ 500 ଟଙ୍କା ରୁ 1 ହଜାର ଟଙ୍କା ଙ୍କୁ ରାଜ୍ୟ ସରକାର ବୃଦ୍ଧି କରିଥିଲେ ଏହି ପରିପ୍ରେକ୍ଷୀରେ ନୂତନ ହିତାଧିକାରୀ ଙ୍କୁ ପ୍ରkଥମ ଭତ୍ତା ଦେବା ସହ 1 ହଜାର ଟଙ୍କା ଭତା ବାବଦରେ ଅର୍ଥ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଡ଼ିଓ ସୁଶାନ୍ତ ବରାଳ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି, ଏସଏସଓ ପି ପଦ୍ମା ପ୍ରମୁଖ ଉପସ୍ଥିତ ଥିଲେ(ଅରୁଣ କୁମାର ପଣ୍ଡା )

You may have missed