April 25, 2026

କ୍ରାନ୍ତିକାରୀ ମହିଳା ସଂଗଠନର ୧ମ ଜିଲ୍ଲା ସମ୍ମିଳନୀ

WhatsApp Image 2023-02-23 at 17.36.28h
Share


ବ୍ରହ୍ମପୁର, ୨୩/୦୨. ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ (AIRWO) ପ୍ରଥମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମପୁର ସି. ଟି ଅଫିସ ସମ୍ମୁଖରୁ ଶୋଭାଯାତ୍ରା ବାହାରି ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା କାର୍ଯ୍ୟାଳୟ ଠାରେ ପ୍ରତିନିଧି ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକର ମହିଳା ନେତୃତ୍ୱକାରୀ ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଥମେ କମ୍ରେଡ ଶର୍ମିଷ୍ଠାଙ୍କ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ସର୍ବଭାରତୀୟ ସଭାନେତ୍ରୀ ପ୍ରମିଳା, ନବ ନିର୍ବାଚିତ ଜିଲ୍ଲା ସମ୍ପାଦିକା ପି ପାର୍ବତୀ, ଜିଲ୍ଲା ସଭାନେତ୍ରୀ ଛବି ଦାଶ, ଉପ ସଭାନେତ୍ରୀ ହାର ନାହକ, ଯୁଗ୍ମ ସମ୍ପାଦିକା ବନିତା କୁମାରୀ ଦାଶ, କୋଷାଧ୍ୟକ୍ଷ ଶୈଳ ବେହେରା ଆଦି କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ବିଚିତ ହୋଇଛନ୍ତି। ୧୫ ଜଣିଆ ଜିଲ୍ଲା କମିଟି ଗଠନ ହୋଇଛି। ଆସନ୍ତା ୨୫ ତାରିଖ ରାଜ୍ୟ ସମ୍ମିଳନୀ ଭୂବନେଶ୍ବର ଠାରେ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୭,୮ରେ ୫ମ ସର୍ବଭାରତୀୟ ସମ୍ମିଳନୀ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବ। ଜିଲ୍ଲାର ନାରୀ ନିର୍ଯାତନା, ମଦର ବିଭିଷିକା, କୁସଂସ୍କାର, ଅନ୍ଧବିଶ୍ୱାସ, ଯୈ।ତୁକ ପ୍ରଥା, ଜାତିପ୍ରଥା କୁ ରୋକିବା ପାଇଁ ପୁରୁଷ ତାନ୍ତ୍ରିକ ବ୍ୟବସ୍ଥା ସହ ଅହରହ ସଂଘର୍ଷ କରିବା ସହ ଏହାର ପୃଷ୍ଠପୋଷକ ସାଜିଥିବା ଫାସିବାଦୀ ଶକ୍ତି ଓ ମନୁବାଦ ବ୍ୟବସ୍ଥା କୁ ପ୍ରତିରୋଧ କରିବା ପାଇଁ ମହିଳା ଏକତା ଓ ସଂଘର୍ଷ କୁ ଉଜାଗର କରିବା ପାଇଁ ଆହ୍ବାନ ଦେଇଥିଲେ।
ପେଦିନୀ ପାର୍ବତୀ ଜିଲ୍ଲା ସମ୍ପାଦିକା
ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ AIRWO
9090338344

You may have missed