April 28, 2026

ସ୍ଥାୟୀ ନିଯୁକ୍ତି ଦାବୀରେ ସପରିବାର ଆମରଣ ଅନଶନ

WhatsApp Image 2023-02-23 at 15.50.38
Share

 

ବେଗୁନିଆ,୨୩/୦୨(ଉପାନ୍ତ ଓଡିଶା) ବେଗୁନିଆ ତହସିଲରେ ୧୭ ବର୍ଷ ଧରି ଚାଳକ ଭାବେ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କୁ ତହସିଲଦାର ଗତ ବର୍ଷ ନଭେମ୍ବର ମାସରେ ନୋଟିସ ଦେଇ କାର୍ଯ୍ୟରୁ ଅନ୍ତର କରିଛନ୍ତି ।ପ୍ରତିବାଦରେ ସେ ତାଙ୍କ ପରିବାର ସହିତ କାର୍ଯ୍ୟାଳୟ ଆଗରେ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି । ଏହି ବେଗୁନିଆ ବ୍ଲକ ଅନ୍ତର୍ଗତ ଚକାପଦା ଗ୍ରାମର ଚକ୍ରଧର ମୁଦୁଲି ବେଗୁନିଆ ତହସିଲ ରେ ୧୭ବର୍ଷ ହେବ ଗ୍ରୁପ ଡି ରେ ଡେଲି ଓଜେସରେ କାର୍ଯ୍ୟ କରୁଥିଲେ । ମାତ୍ର ଜିପର ସମୟ ସୀମା ସରିଯିବାରୁ ପୂର୍ବତନ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଗତବର୍ଷ ନଭେମ୍ବର ମାସରେ ତାଙ୍କୁ ନୋଟିସ କରି କାର୍ଯ୍ୟରୁ ଅନ୍ତର କରିଛନ୍ତି । ତେଣୁ ତାଙ୍କ ପରିବାର ଏବେ ଭୋକ ଉପବାସରେ ଜୀବନ ଅତିବାହିତ କରୁଛନ୍ତି । ଫଳରେ ସେ ନ୍ୟାୟ ପାଇବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଏ ସଂକ୍ରାନ୍ତରେ ଅବଗତ କରି ତାଙ୍କ ପରିବାର ସହ ଆଜିଠାରୁ ଆମରଣ ଅନଶନ ରେ ବସିଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)