May 11, 2026

ବରପୁତ୍ରଙ୍କୁ ମନେ ପକାଇଲେ ଗ୍ରାମବାସୀ..

IMG-20250123-WA0044
Share

 

 

ବୋଲଗଡ,(ଉପାନ୍ତ ଖବର): ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମୀ ଗ୍ରାମ ଭାବେ ପରିଚିତ ବୋଲଗଡ ବ୍ଲକ ଚମ୍ପାଇଲୋ ଠାରେ ଆଜି ଭାରତ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ପୁଣ୍ୟ ଜନ୍ମତିଥି ଗ୍ରାମରେ ପାଳିତ ହୋଇଛି । ଏନେଇ ଗ୍ରାମବାସୀ ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରି କରିଥିଲେ। ଜାତୀୟ ରାଜପଥ ୫୭ ପାଶ୍ୱ ତଥା ଗ୍ରାମର ପ୍ରବେଶ ପଥରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେପରେ ସଂଗ୍ରାମୀ ଦାୟଦ ପ୍ରମୋଦ ପ୍ରତାପସିଂହ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟଅତିଥି ଭାବେ ଐତିହାସିକ ରବିନ୍ଦ୍ର କୁମାର ପରିଡା ଯୋଗଦେଇ ଦେଶ ମାତୃକାର ସେବାରେ ଚମ୍ପାଇଲୋର ୩୧ଜଣ ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଦାମୋଦର ମଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାସୁଦେବ ବରାଡ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେଈ, ଆଇଁଠୁ ରଣଜୀତସିଂହ ଆମ ଆଦମୀ ପକ୍ଷରୁ କଳ୍ପତରୁ ପଣ୍ଡା, କିଶୋର ସାହୁ, ସଂଗ୍ରାମୀ ଦାୟଦ କୈଳାସ ଚମ୍ପତି, ଯୁଧିଷ୍ଠିର ଉତ୍ତରରାୟ,ନକୁଳ ରଣସିଂହ,ଯୋଗିନାଥ ଦଳସିଂହାର ପ୍ରମୁଖ ଯୋଗଦେଇଥିଲେ।

 

ରିପୋର୍ଟ-ମାନସ ରଂଜନ କର ।