May 11, 2026

କ୍ଷେତ୍ରୀୟବରପୁର ରେ ନେତାଜୀ ଜୟନ୍ତୀ ପାଳିତ 

IMG-20250123-WA0039
Share

 

ବେଲଗୁଣ୍ଠା, 23 /01,ଜାନୁଆରୀରେ ବେଲଗୁଣ୍ଠା ବ୍ଲକ ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନେତାଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି, ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ରଞ୍ଜତ କୁମାର ଦାସ ପରିଚାଳନା କରିବା ସହିତ ନେତାଜୀ ସୁବାସ ଚନ୍ଦ୍ର ଭୋଷଙ୍କ ବ୍ୟକ୍ତିତ୍ୱ ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ. ସ୍ନାତକ ମହାବିଦ୍ୟାଳୟର ଜାତୀୟ ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତି ନେତାଜୀ ଜୟନ୍ତୀ ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I ଧରିତ୍ରୀ ରାଣୀ ବିଷୋୟୀ, ଭୂଷଣ ଗୌଡ଼, ସନ୍ତୋଷ ନାୟକ,ଦମୟନ୍ତୀ ବିଷୋୟୀ ଏବଂ ସସ୍ମିତା ମିଶ୍ର ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରି ଉପସ୍ଥିତ ରହିବା ସହିତ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ