May 11, 2026

ଉମରକୋଟ ରେ ଆଦିବାସୀ ଙ୍କ ଜୀବିକା ସାଜିଛି ଶାଳ ଦାନ୍ତକାଠି……..

IMG-20250123-WA0011
Share

 

ଉମରକୋଟ(ଏମ୍.ଦିନ°ଶୁ ଆଚାରୀ) ଅବିଭକ୍ତ କୋରାପୁଟ ଜିଲ୍ଲା ବଣ ଜଙ୍ଗଲ ପାହାଡ ଘେରାରେ ପରିପୂର୍ଣ୍ଣ। ବିଶେଷ କରି ଏହି ବଣ ଜଙ୍ଗଲ ଆଦିବାସୀ ମାନଙ୍କ ପାଇଁ କିଛି ରୋଜଗାର ର ମାଧ୍ୟମ ସାଜିଛି। ଠିକ ଏହି ପରି ଏକ ରୋଜଗାର ର ମାଧ୍ୟମ ସାଜିଛି ଶାଳ ଦାନ୍ତକାଠି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ଶାଳ ଦାନ୍ତକାଠି ର ବ୍ୟବହାର ପ୍ରାୟତଃ ସମସ୍ତ ବର୍ଗର ଲୋକ କରିଥାନ୍ତି ।ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ଆଦିବାସୀଙ୍କ ଜୀବିକା ଯୋଗେଇବାରେ ସାହାଯ୍ୟ କରୁଛି ଏହି ଶାଳଗଛ ଦାନ୍ତକାଠି। ଉମରକୋଟ ଆଖପାଖ ଅଞ୍ଚଳର ଆଦିବାସୀମାନେ ଗୋଟିଏ ଦିନ ପୂର୍ବରୁ ଶାଳବଣକୁ ଯାଇ ଶାଳ ଗଛରେ ବାହାରୁଥିବା ଛୋଟ ଛୋଟ ଡାଳ ଗୁଡିକୁ ଭାଙ୍ଗି ତାକୁ ଏକାଠି କରିବା ସହ ଛୋଟ ଛୋଟ ବିଡ଼ା କରି ବାନ୍ଧିଥାନ୍ତି ଏବଂ ସକାଳୁ ସକାଳୁ ବଜାରକୁ ଆଣିଥାନ୍ତି। ଏହି ଶାଳ ଦାନ୍ତକାଠି ଦାନ୍ତ ଘଷିଲେ ଦାନ୍ତ ଶକ୍ତରହିବା ସାଙ୍ଗକୁ ଉଜ୍ଜଳ ରହେ ଏବଂ ସେଥିରେ କିଛିମାତ୍ରାରେ ଔଷଧୀୟ ଗୁଣଥିବାରୁ ଦାନ୍ତରୁ ଦୁର୍ଗନ୍ଧ ଦୂର ହେଉଥିବାରୁ ଏଥିପାଇଁ ଗ୍ରାହକମାନେ ମଧ୍ୟ ଆଗଭର ହୋଇ ଏହାକୁ କିଣି ଏହାର ବ୍ୟବହାର କରିଥାନ୍ତି।ଦାନ୍ତ କାଠିକୁ ବଜାରରେ ବିଡା ପ୍ରତି ଦଶଟଙ୍କାରେ ବିକ୍ରି କରିଥାନ୍ତି ଏବଂ ଭଲ ରୋଜଗାର ବି କରିଥାନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାଳ ଜଙ୍ଗଲର ପରିମାଣ ଅଧିକ ଥିବାରୁ ଏଠିକାର ଆଦିବାସୀଙ୍କ ରୋଜଗାର ବଢ଼ାଇବାରେ ସାହାଯ୍ୟ କରୁଛି ।ଋତୁ ଅନୁଯାୟୀ ଏହି ଶାଳ ଜଙ୍ଗଲରୁ ବିଭିନ୍ନ ପ୍ରକାର ଜିନିଷ ମିଳିଥାଏ ଯେପରି ଶାଳଗଛରୁ ଶାଳମଞ୍ଜି , ଖୋଲି ପାଇଁ ଶାଳପତ୍ର ଖୋଲି , ଦାନ୍ତକାଠି, ଝୁଣା ଧୂପ ଏବଂ ଲୋକଙ୍କ ଅତିପ୍ରିୟ ଛତୁ ଶାଳ ଗଛ ଦ୍ଵାରା ହେଉଥିବା ବଡ଼ା ଛତୁ ।ଏହି ଦ୍ରବ୍ୟ ମାନଙ୍କୁ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ଆଦିବାସୀ ମାନେ।