June 2, 2024

ପରାକ୍ରମ ଦିବସ ଅବସରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି …

Share


ଆଜି ପରାକ୍ରମ ଦିବସ ଅବସରରେ ପୁରୀ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧେଶିତ ସପ୍ତମ ସଂସ୍କରଣ ପରୀକ୍ଷା ଉପରେ ଚର୍ଚ୍ଚା ବିଷୟବସ୍ତୁକୁ ନେଇ ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା l ଏହି ପ୍ରତିଯୋଗିତା ରେ ପୁରୀର ଡ଼ିଏଭି ପବ୍ଲିକ ସ୍କୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ,ମଦର୍ଶ ପବ୍ଲିକ ସ୍କୁଲ, ବିଶ୍ୱମ୍ବର ବିଦ୍ୟାପୀଠ, ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର,ପୋଲିସ ନୋଡାଲ ହାଇସ୍କୁଲ, ଜାଭିଅରସ ହାଇସ୍କୁଲ, ଜାବାହାର ନବୋଦୟ ବିଦ୍ୟାଳୟ, ପୁରୀ ଜିଲ୍ଲାସ୍କୁଲ ଓ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟକୁ ମିଶାଇ ଦଶଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ବିଦ୍ୟାଳୟ ର ଅଧକ୍ଷ ଅନନ୍ତ କୁମାର ସିଟ ପ୍ରତିଯୋଗୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ମନମୋହନ ଖୁଣ୍ଟିଆ ଆସନ୍ତା ୨୯ତାରିଖରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ପରୀକ୍ଷା ଉପରେ ଚର୍ଚ୍ଚା ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ l ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଖିତ ପରୀକ୍ଷା ଯୋଦ୍ଧା ପୁସ୍ତକ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଓଡିଶା ଚାରୁ କାରୁ କଳା ମହାବିଦ୍ୟାଳୟର ଅଧକ୍ଷ ଦୁର୍ଗାମାଧବ କର ପ୍ରତିଯୋଗୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ବରିଷ୍ଠ ଇଁରାଜୀ ଶିକ୍ଷକ ସୁବ୍ରତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଓଡିଶା ଚାରୁକଳା ମହାବିଦ୍ୟାଳୟର ଅଧ୍ୟାପକ ଉଦ୍ଧବ ଚରଣ ନାୟକ ଓ ସୂର୍ଯ୍ୟପ୍ରକାଶ ବେହେରା ପ୍ରତିଯୋଗୀ ମାନଙ୍କ ନିର୍ଣ୍ଣାୟକ ଭାବରେ ଯୋଗଦାନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)