April 24, 2026

ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳିତ

uihihii
Share

ବୁଗୁଡା : ତା ୨୩/୦୧/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଥିବା ବେଳେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ନେତାଜୀ ଜୟନ୍ତୀ ପାଳନ ସାଙ୍ଗକୁ ପ୍ରାକ୍ତନ ଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ରମେଶ ଚନ୍ଦ୍ର ଆଲଟିଆ ଓ ତ୍ରିଲୋଚନ ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସ୍ବାଧୀନତା ଆନ୍ଦୋଳନରେ ସୁବାସ ଚନ୍ଦ୍ର ବୋଷଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଆଚାର୍ଯ୍ୟ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ତତ୍ତ୍ବାବଧାନରେ ଏବଂ ତାକରଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମହାରଣାଙ୍କ ସଭାପତିତ୍ବରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଥିବା ବେଳେ ବୁଦ୍ଧଗିରି ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ସ୍ବରୂପ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀଙ୍କ ସଭାପତିତ୍ବରେ ନେତାଜୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେତାଜୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟରରେ ପ୍ରତିଯୋଗିତାମାନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।