June 21, 2026

ଅନାସ୍ଥାରେ ପଦ ହରାଇଲେ ଆମ୍ବପୁଆ ସରପଞ୍ଚ ..

IMG-20241122-WA0036
Share

 

ବେଲଗୁଣ୍ଠା-୨୨/୧୧-ସରକାର ବଦଳିବା ପରେ ବିଭିନ୍ନ ପଞ୍ଚାୟତ, ବ୍ଳକ,ଏନ୍.ଏ.ସିରେ ପଦପଦବୀ ମଣ୍ଡନ କରିଥିବା ସରପଞ୍ଚ, ଚେୟାରମେନ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେଉଛି ।ଏହି ପରିସ୍ଥିତିରେ ବେଲଗୁଣ୍ଠା ବ୍ଳକ ଆମ୍ବପୁଆ ପଞ୍ଚାୟତର ସରପଞ୍ଚ ନଳିନୀ ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ନିର୍ବାଚନ ହୋଇଥିଲା ।ପୁର୍ବ ନିର୍ଧାରିତ ସମୟାନୁସାରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦିନ ୧୧ ଟା ବେଳେ ଭୋଟ ଗ୍ରହଣ ହୋଇଥିଲା ।ଏଥିରେ ୨୦ ଜଣ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ଦିବା ୧୧.୪୫ରେ ଭୋଟ ବାକ୍ସ ଖୋଲା ଯାଇଥିଲା ।ଏଥିରେ ଅନାସ୍ଥା ସପକ୍ଷରେ ୧୬ ଟି ଭୋଟ ଯାଇଥିବା ବେଳେ ୪ ଟି ଭୋଟ ଅନାସ୍ଥା ବିରୋଧରେ ଯାଇଥିଲା । ଯାହା ଫଳରେ କି ସରପଞ୍ଚ ଶ୍ରୀମତୀ ବେହେରା ଏକପ୍ରକାର ପଦ ହରାଇବା ସୁନିଶ୍ଚିତ ହୋଇଯାଇଅଛି ।ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରିଜାଇଡିଂ ଅଧିକାରୀ ଭାବେ ଉପସ୍ଥିତ ଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ବରେ ଅମିତ ରଞ୍ଜନ ହୋତା,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଓ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ଉପସ୍ଥିତ ଥିବା ବେଳେ ଆଇନଶୃଙ୍ଖଳା ପାଇଁ

ପୋଲିସ ମୁତୟନ ହୋଇଥିଲେ .

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ