July 6, 2024

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ୧ମ ଜିଲ୍ଲା ସମ୍ମିଳନୀ* *ପରମେଶ୍ବର ଜିଲ୍ଲା ସଭାପତି ଓ ଗୋବିନ୍ଦ ରାମ ଜିଲ୍ଲା ସମ୍ପାଦକ ନିର୍ବାଚିତ*

Share

*ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ୧ମ ଜିଲ୍ଲା ସମ୍ମିଳନୀ*

*ପରମେଶ୍ବର ଜିଲ୍ଲା ସଭାପତି ଓ ଗୋବିନ୍ଦ ରାମ ଜିଲ୍ଲା ସମ୍ପାଦକ ନିର୍ବାଚିତ*

 

ନୂଆପଡା, ୨୨/୧୧. ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ (T.U.C.I) ନୂଆପଡ଼ାର ପ୍ରଥମ ଜିଲ୍ଲା ସମ୍ମିଳନୀ କେରମେଲି ପଞ୍ଚାୟତ ରାଜୀବ ଆବାସ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ମିଳନୀକୁ ରାଜ୍ୟ ସଭାପତି କମ୍ରେଡ ଶଙ୍କର ଉଦ୍ ଘାଟନ କରି ଶ୍ରମିକ ମାରଣ ନୀତି ଓ ସରକାର ଙ୍କ ଆଭିମୁଖ୍ୟ ଉପରେ ଆମର ସଂଗଠିତ ସଂଘର୍ଷ ର ଆବଶ୍ୟକତା ରହିଛି ବୋଲି ବର୍ଣ୍ଣନା କରିଥିଲେ। କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଙ୍କ ନୂଆପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିର୍ଧାରିତ ସର୍ବନିମ୍ନ ମଜୁରି ପ୍ରଦାନ କରାଯାଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଅଣକୁଶଳୀ ଶ୍ରମିକ ଙ୍କୁ ଦୈନିକ ୪୦୦ ଟଙ୍କା ଏବଂ କୁଶଳୀ ଶ୍ରମିକ ରାଜମିସ୍ତ୍ରୀ ଆଦି ଶ୍ରମିକ ଙ୍କୁ ୭୦୦ ଟଙ୍କା ଦୈନିକ ମଜୁରୀ ପ୍ରଦାନ କରିବା। ଠିକାଦାର ଓ ସରକାରୀ କର୍ମଚାରୀ ଓ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ରେ ଚାଲୁଥିବା ହରିଲୁଟ କୁ ଦୃଢ ହସ୍ତରେ ଦମନ କରିବା। ମନରେଗା ଶ୍ରମିକ ଙ୍କୁ ବାର୍ଷିକ ସର୍ବନିମ୍ନ ୧୦୦ ଦିନ ର କାମ ଯୋଗାଇବା, ନବୀକରଣ ନହୋଇ ଲାପ୍ସ ହୋଇଥିବା କାର୍ଡ କୁ ତୁରନ୍ତ ନବୀକରଣ କରିବା, ଜିଲ୍ଲା ର ସମସ୍ତ ମନରେଗା ଓ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ କରି ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରିବା ଆଦି ଉପରେ ଗୋବିନ୍ଦ ରାମ ସାହୁ, ପରମେଶ୍ବର ନାୟକ, ଧ୍ବଜରାମ ଜଗତ, ହିରାଖାମ ରଣା ଆଦି ଶ୍ରମିକ ଙ୍କ ସମସ୍ୟା ଓ ସଂଗଠନ ର ଆବଶ୍ୟକତା ଉପରେ ଜୋର ଦେଇଥିଲେ। କେରମେଲି ପଞ୍ଚାୟତ ର ସରପଂଚ ହିରାଲାଲ ମାଝୀ ଶ୍ରମିକ ଙ୍କ ଏକତା ଓ ଅଧିକାର ପାଇଁଁ ସଚେତନ ରହିବା ପାଇଁ ନିବେଦନ କରିଥିଲେ।ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ପରଶୁରାମ ନାଏକ, ଜିଲ୍ଲା ସମ୍ପାଦକ ଗୋବିନ୍ଦ ରାମ ସାହୁ, ଉପସଭାପତି ଧ୍ବଜରାମ ଜଗତ ଓ ଅମ୍ରିତା ସାହୁ, ସହ ସମ୍ପାଦକ ଦେବରାଜ ମାଝୀ, କୋଷାଧ୍ୟକ୍ଷ ହିରାଖାମ ରଣା, ସଂଗଠନ ସମ୍ପାଦକ ଉକିୟାବତୀ ରାଉତ କାର୍ଯ୍ୟକର୍ତ୍ତା ଭାବେ ନିର୍ବାଚିତ ହୋଇଛନ୍ତି। କାଉନସିଲ ସଦସ୍ୟ ଭାବେ ୨୦ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି।

ଖବର ପ୍ରସ୍ତୁତ

ଗୋବିନ୍ଦ ରାମ ସାହୁ, ଜିଲ୍ଲା ସମ୍ପାଦକ

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ

୯୪୩୮୬୭୯୭୨୦

You may have missed