March 13, 2026

ବିଜେପି ର ଗଞ୍ଜାମ ବ୍ଲକ ଘେରାଉ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ

IMG-20231122-WA0027
Share

ବିଜେପି ର ଗଞ୍ଜାମ ବ୍ଲକ ଘେରାଉ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ
==========================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଘେରାଉ କରିଥିଲା ଭାଜପା l ଛତ୍ରପୁର ନିର୍ବାଚନ ମଣ୍ଡଳୀ ବରିଷ୍ଠ ଭାଜପା ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ଜୟଶ୍ରୀ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମୁଖରେ ପହଂଚି ଘେରାଉ କରିଥିଲେ l ବ୍ଲକ କାର୍ଯ୍ୟାଳୟ ଗେଟ ସମୁଖରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ l ଖଣି , ପାଣି ଓ ପ୍ରଧାନମନ୍ତ୍ରୀ ଆବାସ ଦୃନୀତିର ହିସାବ ରାଜ୍ୟ ସରକାର ଦେବାକୁ ପଡିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ସଭାପତି ସାମଲ l 18 ଲକ୍ଷ 83 ହଜାର କୋଟିର ହିସାବ ଅପରାଗ ସରକାର ଦେଇ ପାରୁନି ବୋଲି କଟାକ୍ଷ କରିଥିଲେ l ଏଥିସହ ଚିଟଫଣ୍ଡ ଦୃନୀତିରେ ଲିପ୍ତ ବିଜେଡି ସରକାର 40 ଲକ୍ଷ ପରିବାରଙ୍କୁ ଠକି ଚାଲିଥିବା କଥା ଦୋହରାଇ ଥିଲେ ମନମୋହନ l ରାଜ୍ୟରେ ବର୍ତମାନ ତାଲିମ୍ ସରକାର ଚାଲିଛି ବୋଲି କହି 5 ଟି ଅଧକ୍ଷଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମନମୋହନ l ଅଙ୍ଗନବାଡିରେ ଛୋଟ ଶିଶୁ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେଇ ସେମାନଙ୍କ ଟଙ୍କା ମଧ୍ୟ ସରକାରୀ ବାବୁ ମାନେ ଖାଇଯାଉଛନ୍ତି l ବିକାଶ ନାମରେ ବିନାଶ ଚାଲିଛି ଏବଂ ଶତକଡା ଦଶ ପରସେଣ୍ଟ ପିସି ନେତା ଠାରୁ ମନ୍ତ୍ରୀ ମାନେ ନେଉଥିବା ଅଭିଯୋଗ କରିଥିଲେ ମନମୋହନ l ରେସନ କାର୍ଡ, ଭତ୍ତା ଏବଂ ପାଇଖାନା ଦୃନୀତି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ ଭାଜପା ନେତା ଓ କର୍ମୀ l ଭାଜପା ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ଜିଲାପରିଷଦ କୀର୍ତନ ଦାସ, ଛତ୍ରପୁର ବ୍ଲକ ଅଧକ୍ଷା, ଗଞ୍ଜାମ ଏନଏସି ମଣ୍ଡଳ ସଭାପତି କାନ୍ତlରୀ ଦଳାଇ, କୃଷ୍ଣ ଚନ୍ଦ୍ର ନାୟକ, ରଞ୍ଜନ ବେହେରା, ହୁମା ସମିତି ମେମ୍ବର ଧ୍ରୁବ ଚରଣ ପଲାଇ,ନିରାକାର ଜେନାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l