October 5, 2024

ପବିତ୍ର ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ

Share

ପବିତ୍ର ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ

 

 

ରାମନାଗୁଡା:-୨୧-୧୧-୨୦୨୩- ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଳକସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ରାଧାକୃଷ୍ଣ ମନ୍ଦିର ଠାରେ ପବିତ୍ର ଅଁଳା ନବମୀ ପାଇଁ ଚଳଚଞ୍ଚଳ ଟୁଙ୍ଗି ମନ୍ଦିର । ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ । ବର୍ଷକୁ ଥରେ ରାଧାପାଦ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ସେପଟେ ପ୍ରଭୁ କୃଷ୍ଣ ଙ୍କ ନଟବର ବେଶ ଦେଖି କୃତାର୍ଥ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଦର୍ଶନ ସହ ଅଁଳା ଗଛରେ ମାନସିକ ଡୋରି ବାନ୍ଧୁଛନ୍ତି ଶ୍ରଦ୍ଧାଳୁ ।
ମାଆ ରାଧାରାଣୀଙ୍କ ପୂରାଣ ଅନୁସାରେ ଭକ୍ତ ପାଇଁ ସାକ୍ଷୀ ଦେବାକୁ ବୃନ୍ଦାବନରୁ ଆସି ଏହି ଠାରେ ରହିଯାଇଥିଲେ ପ୍ରଭୁ ଗୋପାଳ । କିନ୍ତୁ ରାଧାଙ୍କ ବିନା ଅଧା ଥିଲେ ପ୍ରଭୁ । ତେଣୁ ସାକ୍ଷୀଗୋପାଳ ମନ୍ଦିରର ବଡପଣ୍ଡା ବେଲେଶ୍ବର ମହାପାତ୍ରଙ୍କ କନ୍ୟା ରୂପେ ଜନ୍ମ ହୋଇଥିଲେ ମାଆ ଲକ୍ଷ୍ମୀ । ସେହିଦିନୁ ମାଆ ରାଧା ରୂପରେ ପୂଜା ପାଉଛନ୍ତି । ସବୁଠି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଥିବାବେଳେ ଏଠାରେ ସାକ୍ଷୀଗୋପାଳଙ୍କ ପାର୍ଶ୍ବରେ ରହିଛନ୍ତି ଶ୍ରୀ ରାଧା ।
ଓଡ଼ିଆ ଘରର କନ୍ୟା ହୋଇଥିବାରୁ ଓଡ଼ିଆଣୀ ବେଶରେ ବର୍ଷକୁ ଥରେ ଦର୍ଶନ ଦେଉଛନ୍ତି ମାଆ । ଏହି ଦୁର୍ଲଭ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି । ତେବେ ଭକ୍ତଙ୍କ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରିଛି ରାମନାଗୁଡା ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି।

ରିପୋର୍ଟ ସଞ୍ଜିବ କୁମାର ଦାଶ