October 5, 2024
Share

କୃଷି ସଚେତନତା ରଥ ଶୁଭାରମ୍ଭ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ କୃଷି ବିଭାଗ ପକ୍ଷରୁ କୃଷି ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ବିଭୂତି ଭୂଷଣ ବିଷୋୟୀ, ସହକାରୀ କୃଷି ଅଧିକାରୀ ଜଗଦୀଶ ନିମାପଡ଼ା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ସଚେତନତା ରଥ ବ୍ଲକ ଅଧିନ ୧୨ଗୋଟି ପଞ୍ଚାୟତ ବୁଲି ଲୋକନୃତ୍ୟ ମାଧ୍ୟମରେ କୃଷି ବିଭାଗ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ମାଟିର ସ୍ବାସ୍ଥ୍ୟ ପରୀକ୍ଷା,ଫସଲ ବିବିଧିକରଣ,ଓଡ଼ିଶା ମିଲେଟ ମିଶନ,କୃଷକ ଓଡ଼ିଶା,ଗୋ-ସୁଗମ,ସଫଳ ଆପ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ।ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ସମସ୍ତ କୃଷି ଅଧିଦର୍ଶକ,ଆତ୍ମାର ବି ଟି ଏମ୍,ଏ ଟି ଏମ୍, କୃଷକ ସାଥୀ,ବ୍ଲକ ସମସ୍ତ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ସମସ୍ତ ଚାଷୀମାନେ ଯୋଗଦାନ କରି ସଫଳ ରୂପାୟନ କରିଥିଲେ।।

ରିପୋର୍ଟ ସଞ୍ଜିବ କୁମାର ଦାଶ