September 22, 2024

ଗଜପତି:- ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଜ ସିତାପୂର ନିକଟରେ ଥିବା ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ କେମ୍ପସ ଠାରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗଜପତି ଜିଲ୍ଲା ପ୍ରଶାସନ , ଜିଲ୍ଲା ଦକ୍ଷତା ବିକାଶ , ଜିଲ୍ଲା କର୍ମ ନିୟୋଜନ ବିଭାଗ ଏବଂ କ୍ରିଷ୍ଣାପାଟନମ ସିକୁରିଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଗଜପତି ଜିଲ୍ଲାର ୩୦ ଜଣ ଯୁବକ ଯୁବତୀଙ୍କୁ ଆସିଷ୍ଟାଣ୍ଟ ସରଭେୟର ବିଷୟରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଏହି ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି ।

ଏଥିରେ ଗଜପତି ଜିଲ୍ଲାର ପ୍ରାୟ ୩୦ ଜଣ ମେଟ୍ରିକ୍ ପାସ କରିଥିବା ଯୁବକ ଯୁବକ ଯୁବତୀଙ୍କୁ ମାଗଣାରେ ଆବାସିକ ତାଲିମ ଓ ନିଯୁକ୍ତି ଯୋଗାଇ ଦିଆଯିବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଦକ୍ଷତା ବିକାଶ ଓ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ କ୍ରୀଷ୍ଣାପାଟନାମ ସିକୁରିଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏଚଓଡି: ସ୍କିଲ ଡ଼ଃ ପୁଲ୍ଲା ରାଓଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଅଛି ।

ଏହି ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ମିଆଦୀ ତାଲିମ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର କେମ୍ପସ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲାର ଆଗ୍ରହୀ ଓ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ମାନେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏବଂ ସାମିଲ ହେବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ(ଏମ୍ପ୍ଳୟମେଣ୍ଟ) କାର୍ଯ୍ୟାଳୟ ଆସି ନଚେତ ମୋବାଇଲ ନମ୍ବର:- ୯୮୨୭୯ ୪୬୮୮୪ ରେ ଯୋଗାଯୋଗ କରିପାରିବେ ।

ଏହି ଅବସରରେ ଡାଇରେକ୍ଟର ଆର: ଏଣ୍ଡ ଡି: ବିଶ୍ଵ ସମୁଦ୍ର ଡ଼ଃ ରାଙ୍ଗାରାଓ , ରେଜିଷ୍ଟ୍ରାର ସିୟୁଟିଏମ: ପ୍ରଫେସର ଅନିତା ପାତ୍ର , ଡାଇରେକ୍ଟର ଡ଼ଃ ଦୁର୍ଗା ପ୍ରସାଦ ପାଢ଼ୀ , ଡିନ:- ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରଫେସର ପ୍ରଫୁଲ୍ଲ ପଣ୍ଡା , ଡିନ:- ଏଗ୍ରିକଲଚର ଡ଼ଃ ସତ୍ୟ ପ୍ରକାଶ ନନ୍ଦ ଏବଂ ସ୍କିଲ୍ ଡେଭଲପମେଣ୍ଟ କମ ଏମ୍ପଲୟମେଣ୍ଟ ଅଫିସର ଶ୍ରୀ ଶିବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————–

You may have missed