June 2, 2024

ବ୍ରାହ୍ମଣୀଗାଁ ପୋଲିସ୍ ପକ୍ଷରୁ ୮୦ୟୁନିଟ ରକ୍ତ ସଂଗ୍ରହ   

Share

 

ବ୍ରାହ୍ମଣୀଗାଁ ପୋଲିସ୍ ପକ୍ଷରୁ ୮୦ୟୁନିଟ ରକ୍ତ ସଂଗ୍ରହ   

 

ବ୍ରାହ୍ମଣୀଗାଁ ତା ୨୨/୨୩ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ରୁଷିମାଳ ମହା ବିଦ୍ୟାଳୟରେ ସେଛାକ୍ରୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦଶରେ ଥାନା ଅଧିକାରୀ ଚାପାଧାରି ପ୍ରଧାନଙ୍କ ନେତୃତ୍ବରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତଦାରଖ କରିବା ପାଇଁ ବାଲିଗୁଡା ଏସ ଡି ପି ଓ ୟେସ ପ୍ରତାପ ଶ୍ରୀମଳ ଯୋଗଦେଇ ଥିଲେ । ରକ୍ତ ସଂଗ୍ରହ କରିବା ପାଇଁ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଜଗଦୀପ ଘୋଷ, ପ୍ରଶାନ୍ତ କୁମାର ବେହେରା, ସୁଜିତ କୁମାର ବେହେରା, ପ୍ରଶାନ୍ତ କୁମାର ରତ୍ନାନୁ ,ଶ୍ରୀକାନ୍ତ ସାହୁ ଅର୍ଚ୍ଚନା ପ୍ରଧାନ, ବରୁଣ ବେହେରା, ପ୍ରମୁଖ ଉପସ୍ଥିତ ରହି

ରକ୍ତ ସଂଗ୍ରହ କରିଥିଲେ । ୮୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତ ଫୁଲବାଣୀ ମେଡିକାଲକୁ ଯାଇ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ଡାକ୍ତର ଜଗଦୀପ ଘୋଷ କହିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏସ ଆଇ ରମାକାନ୍ତ ସେଠୀ, ଶଙ୍କର ୱର୍ଡକା ସମେତ ପୋଲିସ କର୍ମଚାରୀ ଓ ଋଷିମାଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ଓ ଡିଗ୍ରୀ ବିଭାଗ ର ଅଧକ୍ଷ ଡ. ଭାସ୍କର ଚରଣ ନାୟକ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)