April 30, 2026

ପୃଷ୍ଟିକର ଖାଦ୍ୟ ରୁପେ ବିବେଚିତ ମାଣ୍ଡିଆ। 

IMG-20230922-WA0015
Share

ପୃଷ୍ଟିକର ଖାଦ୍ୟ ରୁପେ ବିବେଚିତ ମାଣ୍ଡିଆ। 

 

 

ବୋଲଗଡ଼,୨୨/୦୯(ଉପାନ୍ତ ଓଡିଶା):ମାଣ୍ଡିଆ ସାଧାରଣତଃ ଆଦିବାସୀ ଲୋକମାନେ ଖାଦ୍ୟ ରୁପେ ବ୍ୟବହାର କରୁଥିଲେ ମଧ୍ୟ ପ୍ରାୟତଃ ସାଧାରଣ ଲୋକମାନେ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ମାଣ୍ଡିଆ ରାଜ୍ୟ କୁ ପରିଚୟ ଦେବାସହ ଦେଶ ଓ ବିଦେଶରେ ନିଜର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଏହି ମାଣ୍ଡିଆ କୁ ନେଇ ପୁରା ଦେଶ ପାଳିଛି ୨୦୨୩ବର୍ଷକୁ ମିଲେଟ୍ ବର୍ଷ ଭାବେ। ଆମରାଜ୍ୟରେ ହେଉଥିବା ବିଭିନ୍ନ ପ୍ରକାରର ଫସଲ ମାନଙ୍କ ମଧ୍ୟରେ ମାଣ୍ଡିଆ ଫସଲ ଅନ୍ୟତମ। ତତସହିତ ବର୍ତମାନର ସମୟରେ ମାଣ୍ଡିଆର ଚାହିଦା ମଧ୍ୟ ଅଧିକ। ମାଣ୍ଡିଆ ଦେଖି ବାକୁ ଶୋରିଷ ଭଳି ଛୋଟ ଛୋଟ ଦାନା ଯୁକ୍ତ। ସୁଷ୍କ ଓ ଅଧିକ ତାପମାତ୍ରା ଥିବା ଅଞ୍ଚଳରେ ଏହି ଫସଲ ହୋଇଥାଏ।ଧାନ ଫସଲ ଅପେକ୍ଷା ଏଥିରେ ଖୁବ କମ ପରିମାଣର ପାଣିର ଆବଶ୍ୟକ ପଡିଥାଏ। ମାଣ୍ଡିଆ ଅମଳ ପରେ ମାଣ୍ଡିଆରୁ ପ୍ରସ୍ତୁତ ରୁଟି, ପିଠା, ପକୁଡି, ଯାଉ, ସୁପ୍,ଇଟିଲି ଇତ୍ଯାଦି ତିଆରି କରି ଖିଆଯାଇଥାଏ। ଏହା ପୃଷ୍ଟିକର ଯୁକ୍ତ ଶସ୍ୟ ହୋଇ ଥିବା ବେଳେକ୍ୟାଲସିୟମ,ଫାଇବର,ଆଇରନ ରେ ପରିପୂର୍ଣ୍ଣ ଥାଏ। ଯାହାକି ଆମ ଶରୀରରେ ହେଉଥିବା ଅସାଧ୍ୟ ରୋଗକୁ ଦୂର କରିବା ରେ କ୍ଷମତା ରଖିଥାଏ। ଏହି ମାଣ୍ଡିଆ ଫସଲ ଆମ ରାଜ୍ୟରେ ଯେ କୌଣସି ପରିସ୍ଥିତିରେ ମଧ୍ୟ କରାଯାଇ ପାରେ କାରଣ ଏହି ଫସଲ ରୋଗ ପୋକ ଦାଉରୁ ସହନଶୀଳ ହେବା ସାଙ୍ଗକୁ ଏହା ମରୁଡି ସହ୍ୟ କରିପାରିବାର ସକ୍ଷମ ମଧ୍ୟ ଅଛି।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)