ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ବରପାଲି – (ସୁଦାମ ଦୀପ) ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ଦିବଙ୍ଗତ ନେତା ସ୍ବର୍ଗତ ସୁବଳ ସାହୁଙ୍କ ଆଜି ନବମ ଶ୍ରାଦ୍ଧ ବାର୍ଷିକୀ ନିଜ ଜନ୍ମ ମାଟି ବରପାଲିରେ ପାଳିତ ହୋଇଯାଇଛି। ପ୍ରଥମେ ବ୍ଲକ ପରିସରରେ ବ୍ଲକ ଉପାଧ୍ୟକ୍ଷ ଯୋଗେଶ୍ବର ବାରିକଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଜ୍ଞଳି ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସ୍ବର୍ଗତ ସୁବଳ ସାହୁଙ୍କ ସହ ଧର୍ମିଣୀ ପୂର୍ବତନ ମନ୍ତ୍ରୀ ରୀତା ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଏନ.ଏ.ସି. ଅଧ୍ୟକ୍ଷ ଦିନେଶ ଗହିର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ବାଗ୍, ଟିକାୟତ ମହତ୍ତମ, ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଗୌରହରି ମିଶ୍ର,ମହେନ୍ଦ୍ର କୁମାର ମେହେର,ମଧୂ ପଧାନ, ତେଜରାଜ ଭୋଇ, ମୁକେଶ ଭୋଇ ତଥା ଅନେକ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ଯ,ଜିଲ୍ଲା ପରିଷଦ ପରିଷଦ,ତଥା ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହିତ ଅନେକ ସୁବଳ ପ୍ରେମୀ ମହିଳା, ପୁରୁଷ ଉପସ୍ଥିତ ଥାଇ ସୁବଳ ସାହୁଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ଯ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ।ପରେ ଏକ ବିରାଟ ଶୋଭାଯାତ୍ରାରେ ସୁବଳ ସାହୁ ଅମର ରହେ ସ୍ଲୋଗାନ ଦେଇ ସୁବଳ ସାହୁ ପାର୍କକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିଟିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ପରେ ଆହାର କେନ୍ଦ୍ରକୁ ଯାଇ ଲୋକଙ୍କୁ ଖାଇବାକୁ ଦେଇଥିଲେ ଏଂବ ଡାକ୍ତରଖାନାକୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥି ଲେ। ସ୍ବର୍ଗତ ସୁବଳ ସାହୁ ଥିଲେ ଜଣେ ଲୋକପ୍ରିୟ ନେତା ବିଜେପୁର ନିର୍ବାଚନ ମଣ୍ଡଳୀରେ ଲଗାତାର ତିନିଥର ବିଧାୟକ ହୋଇଥିଲେ ତାଙ୍କର ନିସ୍ୱାର୍ଥ ଜନସେବା ପାଇଁ ଏବେବି ଲୋକମାନଙ୍କ ମନରେ ସ୍ମୁତି ହୋଇ ରହିଛି।
