ଚୋବିଶ ଦିନରେ ଶ୍ରାବଣୀ ମହୋତ୍ସବ
ପଦ୍ମପୁର ୨୨/୮ (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦେୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବ ଆଜି ଚୋବିଶ ଦିନରେ ପହଞ୍ଚିଛି । ତେଣ୍ଡାପଦର ନିବାସୀ ନିରାକାର ମେହେର ଧର୍ମପତ୍ନୀ ସସ୍ମିତା ମେହେର କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଅନୁଷ୍ଠାନର ମୁଖ୍ୟ ପୂଜକ ପୁର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସର୍ବ ପ୍ରଥମେ ସୂର୍ଯ୍ୟପୂଜା, କରିଥଲେ । ଏହାପରେ ବିଧିବଦ୍ଧ ଭାବରେ ବ୍ରାହଣ ବରନ, ଗୋପୂଜା, ମାତୃପୂଜା, ଗୁରୁପୂଜା, ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ସଂପନ୍ନ ହୋଇଥିଲା । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ଶୁଭଙ୍କର ପୁରୋହିତ, ଡୋଲାମନି ଦାଶ, ହେମନ୍ତ ଷଡ଼ଙ୍ଗୀ, ଅଖିଳ ପୁରୋହିତ ପ୍ରମୁଖ ପଣ୍ଡିତ ବିହିତ ପୂଜା, ହୋମ ଜପରେ ସହଯୋଗ କରିଥିଲେ । ପରିଶେଷରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଦିଆଯାଇଥିଲା l
