April 29, 2026

ଚଳିତ ମାସରେ ଇ.ସି.ଏଚ.ଏସ୍ ସହ ଇ 24 ହସ୍ପିଟାଲ ର ତାଲିକାଭୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ..

IMG-20240822-WA0058
Share

ଚଳିତ ମାସରେ ଇ.ସି.ଏଚ.ଏସ୍ ସହ ଇ 24 ହସ୍ପିଟାଲ ର ତାଲିକାଭୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଇ.ସି.ଏଚ.ଏସ୍ ପୁରୀ ର ଭାରପ୍ରାପ୍ତ ଅଧିକାରୀ କ୍ୟାପଟେନ ନୀଳକଣ୍ଠ ସାହୁ ଙ୍କ ନେତୃତ୍ୱରେ ଇ 24 ଅଧିକ୍ଷକ ରାଜେଶ ମିଶ୍ର ଇ.ସି.ଏଚ.ଏସ୍ ର ସମସ୍ତ ତାଲିକାଭୁକ୍ତ କାଗଜରେ ସ୍ୱାକ୍ଷର କରିଥିଲେ ।ଏହାଦ୍ବାରା ପୁରୀର ତଥା ପୁରୀ ଜିଲ୍ଲାର ୪ ହଜାର ରୁ ଉର୍ଦ୍ଧ ସୈନିକ ଏବଂ ସେମାନଙ୍କ ପରିବାର ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଆଉ ଭୁବନେଶ୍ଵର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ସମସ୍ତ ସୁବିଧା ଇ.ସି.ଏଚ.ଏସ୍ ପୁରୀ ପକ୍ଷରୁ ଯୋଗାଇ ଦିଆଯିବ ।ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ଏବଂ ଓଡ଼ିଶା କ୍ଷେତ୍ର ର କମାଣ୍ଡର ବିଗ୍ରେଡିଆର ଅମନ୍ ଆନନ୍ଦ,ଇ.ସି.ଏଚ.ଏସ୍ ର ଆଞ୍ଚଳିକ କ୍ଷେତ୍ରର ଅଧିକ୍ଷକ କର୍ଣ୍ଣେଲ କେ ଜୟପାଲ,ସ୍ଥାନୀୟ ଭାରପ୍ରାପ୍ତ ଅଧିକାରୀ ଲେଫ୍ଟାଣ୍ଡ କମାଣ୍ଡର ପୁଷ୍ପେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।ପରିଶେଷରେ ଇ.ସି.ଏଚ.ଏସ୍ ପୁରୀର ଭାରାପ୍ରାପ୍ତ ଅଧିକାରୀ କ୍ୟାପଟେନ ସାହା ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଏବଂ ପୂର୍ବତନ କର୍ଣ୍ଣେଲ ସୁଧୀର ପାତ୍ର,କ୍ୟାପଟେନ ତଥା ପୁରୀ ଜିଲ୍ଲା ସଭାପତି ମେଜର ଆର୍ତ୍ତତ୍ରାଣ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed