August 26, 2026

ଗଜପତି:- ମହିଳା ଡାକ୍ତର ଛାତ୍ରୀଙ୍କୁ ସମୂହ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ମୁଖ୍ୟ ଚିକିତ୍ସାଳୟର ମହିଳା ଡାକ୍ତର ଓ କର୍ମଚାରୀଙ୍କ କେଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ..

IMG-20240822-WA0028
Share

କୋଲକାତା ସ୍ଥିତ ମେଡିକାଲ କଲେଜରେ ମହିଳା ଡାକ୍ତର ଛାତ୍ରୀଙ୍କୁ ସମୂହ ବଳାତ୍କାର ଓ ଅମାନୁଷିକ ବର୍ବରତା ସହ ହତ୍ଯା ପ୍ରତିବାଦରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟର ମହିଳା ଡାକ୍ତର , ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କାର୍ଯ୍ୟରତ ମହିଳା କର୍ମଚାରୀ ମାନଙ୍କ ପକ୍ଷରୁ ଏକ ପ୍ରତିବାଦ ତଥା ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ , ଡାକ୍ତର ଇତିଶ୍ରୀ ମିଶ୍ର , ଡାକ୍ତର ଜେ: ଅରୁଣା , ଡାକ୍ତର ଭାରତୀ , ଡାକ୍ତର ମିନାକ୍ଷୀ , ଡାକ୍ତର ଜୀନାଙ୍କ ସମେତ ନର୍ସିଂ ଷ୍ଟାଫ ମହିଳା ସ୍ଵାସ୍ଥ୍ୟ କର୍ମୀ , ଆଶା କର୍ମୀ ଓ ସୁରକ୍ଷା କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇ କଳା-ବ୍ୟାଜ୍ ପରିଧାନ କରି ବିଭିନ୍ନ ପ୍ରକାରର ନାରା ଦେଇ ନିଜର ଅସନ୍ତୋଷ କ୍ଷୋଭ ପ୍ରକାଶ କରିଥିଲେ ।

ସେମାନେ ସମସ୍ତେ ଜଳନ୍ତା ମହମବତୀ ହାତରେ ଧରି ଆମେ ଚାହୁଁ ମୋମିତାକୁ ନ୍ୟାୟ ମିଳୁ ଏବଂ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ବିଭିନ୍ନ ସ୍ଲୋଗାନ ମାନ ଦେଇ ମୁଖ୍ୟ ହସପିଟାଲ ପରିସରରେ ପରିକ୍ରମା କରିଥିଲେ ।

ମହିଳା ଡାକ୍ତର ମାନଙ୍କ ପକ୍ଷରୁ ନ୍ୟାଯ୍ୟ ଦାବୀ ରଖାଯାଇ ଏହି ଅବସରରେ କୁହା ଯାଇଛି ଯେ , ପ୍ରକୃତ ଦୋଷୀକୁ ଧରିବା ସହ ତାକୁ ଉଚିତ୍ ଦଣ୍ଡ ବିଧାନ କରିବା ଆମର ଦାବୀ ଏବଂ କେନ୍ଦ୍ର ସରକାର କାର୍ଯ୍ୟରତ ମହିଳା ମାନଙ୍କ କ୍ଷେତ୍ରରେ ଆଇନ ସୁରକ୍ଷା ଓ କାର୍ଯ୍ଯରତ ମହିଳା ମାନଙ୍କୁ ସୁରକ୍ଷା କଡାକଡି ବ୍ୟବସ୍ଥା ଊପରେ ମଧ୍ୟ ଆଲୋକପାତ କରିଥିଲେ ।

ଅନ୍ୟପକ୍ଷରେ ଡାକ୍ତର ମାନଙ୍କ ଉପରେ ହେଉଥିବା ହିଂସା ଓ ଆକ୍ରମଣର ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଥିବା ସହ ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ସ୍ୱରୂପ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦେବା , ନାରୀକୁ ସବୁ କ୍ଷେତ୍ରରେ ସମ୍ମାନ ଦେବା , ସୁରକ୍ଷା ନାହିଁ ତ କାମ ନାହିଁ ଏବଂ ଡ୍ୟୁଟି ସମୟରେ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେବା ପ୍ରଭୃତି ପ୍ରତି ଦୃଢ଼ ଦାବୀ କରା ଯାଇଥିଲା ।

ଶେଷରେ ଉପସ୍ଥିତ ସମସ୍ତେ ମୃତ ଡାକ୍ତରୀ ଛାତ୍ରୀଙ୍କ ଫଟୋ ଚିତ୍ର ସମ୍ମୁଖରେ ଜଳନ୍ତା କେଣ୍ଡେଲ ରଖି ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————–

You may have missed