May 14, 2026

ଜ୍ବାଇଁ ର ଟାଙ୍ଗିଆ ଚୋଟ ରେ ଶାଶୁ ଗୁରୁତର—

IMG-20240722-WA0000
Share

 

 

ଜ୍ବାଇଁ ର ଟାଙ୍ଗିଆ ଚୋଟ ରେ ଶାଶୁ ଗୁରୁତର।ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଶିକୁଳିପଦର ପଞ୍ଚାୟତ କଳାମେରୀ ଗାଁ ରେ। ଗାଁ ରେ ମନମନ୍ ବିଷୋୟୀ ଓ ସ୍ତ୍ରୀ ସ୍ୱୋପ୍ନା ବିଷୋୟୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ହୋଇଥିବା ଦେଖି ବାପା ମା ସୋପ୍ନାଙ୍କୁ ନିଜ ଘରେ ଆଣି ରଖିଥିଲେ। ଝିଅ ମା ଘରେ ରହିଥିବା ହେତୁ ଅଚାନକ ଘରେ ପଶି ଟାଙ୍ଗିଆ ରେ ଆକ୍ରମଣ କରିଥିଲା ଜ୍ବାଇଁ ମନମନ୍ ବିଷୋୟୀ।ଶାଶୁ ଅନାହଳ ବଣସିଂଙ୍କ ପିଠି ମୁଣ୍ଡ ଓ ବେକକୁ ଟାଙ୍ଗିଆ ରେ ଆକ୍ରମଣ କରିଥିଲା। ସଙ୍ଗେ ସଙ୍ଗେ ଘରେ ଥିବା କିଛି ସମ୍ପର୍କୀୟ ଆକ୍ରମଣ କରିଥିବା ଦେଖି ପାଟି କରିଥିଲେ ପରେ ସେଠାରୁ ସେ ଜ୍ବାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ମୋହନା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।