April 24, 2026

ଔଷଧ କିଣିବା ପାଇଁ କହି ଘରୁ ଯାଇ ଆଉ ଘରକୁ ଫେରିଲେ ନାହିଁ ସଙ୍ଗୀତା ..

IMG-20250622-WA0050
Share

ଗତ କାଲି ୨୧/୦୬/୨୦୨୫ ସମୟ ୦୯:୩୦ ରେ ଚିତ୍ରଡା ରୁ ଜଳେଶ୍ଵର ଅଭିମୁଖେ ବାସୁଦେବ ବସ୍ ରେ ବାପ ଘର କୁ ଯିବି ସ୍ଵାମୀ ଓ ଚାରି ବର୍ଷ ର ପିଲା କୁ ଘରେ ଛାଡ଼ି କେଉଁ ଆଡ଼େ ନିଖୋଜ ଅଛନ୍ତି ସଙ୍ଗୀତା ନାମକ ମହିଳା।ବସ କୁ ଉଠିବା ପୂର୍ବରୁ ଥରେ ମାତ୍ର ସ୍ଵାମୀଙ୍କ ସହିତ ଫୋନ୍ ଯୋଗେ କଥା ବାର୍ତ୍ତା ହୋଇଥିଲେ, କିନ୍ତୁ ତାର ଏକ ଘଣ୍ଟା ପରେ ବାରମ୍ବାର ଫୋନ୍ କଲେ ମଧ୍ୟ ଫୋନ୍ ଟି ସ୍ୱିଚ ଅଫ୍ ଥିବାରୁ ନିରାଶ ହୋଇ ସ୍ଵାମୀ କୁଷ ବେହେରା ମୋରଡା ଥାନା ରେ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ ଦେଇଛନ୍ତି। ଲିଖିତ ଆକାର ରେ ଦେଲା ପରେ ଏକ ୩୦/୨୫ ର ମାମଲା ରୁଜୁ କରିଛି ପୋଲିସ । କେହି ସହୃଦୟ ବ୍ୟକ୍ତି ଯଦି ତାଙ୍କ ଖବର ପାଇଲେ ୯୫୫୬୨୪୨୭୮୯ ଫୋନ୍ ନମ୍ୱର୍ ରେ ଯୋଗାଯୋଗ କରିବେ । ସେ ଘରୁ ଗଲା ବେଳେ ପେନ୍ସିଲ କୋଲର୍ ର ଚୁଡ଼ିଦାର ପିନ୍ଧିଥିଲେ, ୪’୫ ଉଚ୍ଚତା, ଶ୍ୟାମଳ ବର୍ଣ୍ଣ ର ମହିଳା ଅଟନ୍ତି। ଗଲା ବେଳେ ଗୋଟେ କଳା ରଙ୍ଗ ର ଭେନିଣ୍ଟୀ ବେଗ ନେଇଛନ୍ତି ଓ ୪ ବର୍ଷ ର କୁ କୁନି ଝିଅକୁ କହିଛନ୍ତି ମା ତୁ ଶୋଇ ଯାଆ ତ ପାଇଁ ଭଲ ଖେଳନା ନେଇ ଆସିବି। କିନ୍ତୁ ଅଦ୍ୟାବଧି ମା ସଙ୍ଗୀତା ଘରକୁ ଆଉ ଫେରି ନାହାନ୍ତି।

ମୋରଦା ରୁ ବିଭୂତି ରାଉତ ଙ୍କ ରିପୋର୍ଟ