April 24, 2026

ଉମରକୋଟ ର ଦୀର୍ଘ ଦିନର ଦାବୀ ପୂରଣ ହେଲା,୨ ବିଶେଷଜ୍ଞ ଡକ୍ଟର ଙ୍କ ଉମରକୋଟ ଉପ ଖଣ୍ଡ ହସ୍ପିଟାଲରେ ଯୋଗଦାନ………

IMG-20250622-WA0032
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଥିବା ଉପଖଣ୍ଡ ହସ୍ପିଟାଲରେ ଆଜି ଅପରାହ୍ନରେ ୨ ବିଶେଷଜ୍ଞ ଡକ୍ଟର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେମାନେ ହେଲେ ମେଡିସିନ ସ୍ପେସିଲିଷ୍ଟ (ଭେଷଜ ବିଶେଷଜ୍ଞ)ଡକ୍ଟର ଅଶ୍ଵିନୀ କୁମାର ପଣ୍ଡା ଓ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଦେବୀପ୍ରସାଦ ଦାଶ। ଦୀର୍ଘ ଦିନ ହେଲା ଏହି ୨ ବିଭାଗରେ ଡକ୍ଟର ପଦବୀ ଖାଲିଥିଲା। ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁ ଏହି ୨ ଡକ୍ଟର ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଯୋଗ ଦେଇଥିବା ଜଣାପଡ଼ିଛି। ଅତି ଶୀଘ୍ର ଉମରକୋଟ ଉପଖଣ୍ଡ ହସ୍ପିଟାଲ ଠାରେ ମାନସିକ ରୋଗ ବିଶେଷଜ୍ଞ, ରୋଗ ନିଦାନ ବିଶେଷଜ୍ଞ ଓ କର୍ଣ୍ଣ , ନାସା ଓ ଗଳା ବିଶେଷଜ୍ଞ ଯୋଗଦାନ କରିବେ ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂତୋଷ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳର କାଉନସିଲର ମୁନା ପାଢ଼ୀ ୨ ଡକ୍ଟର ଙ୍କୁ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ୨ ବିଶେଷଜ୍ଞ ଡକ୍ଟରଙ୍କ ଯୋଗଦାନ ଫଳରେ ବିଶେଷଜ୍ଞ ଡକ୍ଟରଙ୍କ ସଂଖ୍ୟା ୩ ରେ ପହଞ୍ଚିଲା । ଏଥି ପୂର୍ବରୁ ଉମରକୋଟ ହସ୍ପିଟାଲ ରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଜଣେ ହିଁ କାର୍ଯ୍ୟରତ ଥିଲେ। ନୂତନ ଡକ୍ଟରଙ୍କ ଯୋଗଦାନ ଯୋଗୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ନନ୍ଦ ଗଣ୍ଡ, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂତୋଷ କୁମାର ପଣ୍ଡା ଙ୍କୁ ଉମରକୋଟ ସହର ବାସୀ ଓ ଗରୀବ ସେନାର ସଭାପତି ମୁନା ପାଢ଼ୀ କୃତଜ୍ଞତା ଜ୍ଞାପନ କରିଛନ୍ତି।