April 25, 2026

ଧର୍ମପତ୍ନୀ ଙ୍କୁ ନେଇ ବ୍ରହ୍ମଗିରି ଶ୍ରୀ ଅଲାରନାଥ ଙ୍କ ଅନବସର ଦର୍ଶନ କଲେ ମୁଖ୍ୟମନ୍ତ୍ରୀ..

IMG-20250622-WA0047
Share

ଆଜି ପବିତ୍ର ଏକାଦଶୀ ରେ ବ୍ରହ୍ମଗିରି ଅଲାରନାଥ ଙ୍କ ପୀଠରେ ଧର୍ମ ପତ୍ନୀ ଙ୍କୁ ନେଇ ଅନବସର ଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ପୁରୀରେ ରଥଯାତ୍ରା ର ସମୀକ୍ଷା ବୈଠକ ଯୋଗଦେଇ ସେଠାରୁ ଦିନ ୩ଘଣ୍ଟିକା ସମୟରେ ବାହାରି ଅପରାହ୍ନ ୪ଘଣ୍ଟିକା ସମୟରେ ବ୍ରହ୍ମଗିରି ଅଲାରନାଥ ଙ୍କ ପିଠରେ ପହଞ୍ଚିଥିଲେ । ସେଠାରେ ଶ୍ରଦ୍ଧାଳୁ ଓ କର୍ମୀ ମାନଙ୍କ ହରିବୋଲ ହୁଳହୁଳି ରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ କରି ଅଲାରନାଥ ଙ୍କ ଅନବସର ଦର୍ଶନ କରିଥିଲେ। ପରେ ପରେ ମନ୍ଦିର ପରିସର ରେ ଥିବା ମା ଲକ୍ଷ୍ମୀଙ୍କୁ ଦର୍ଶନ କରି ସାରି ଚୈତନ୍ୟ ଙ୍କ ଭାବର ଶିଳାକୁ ଦର୍ଶନ କରିଥିଲେ। ପରେ ଶ୍ରୀ ଅଲାରନାଥ ଙ୍କ ସେବାୟତଙ୍କ ସହ ଧର୍ମ ପତ୍ନୀକୁ ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇ ହାତଟେକି ଜୟ ଅଲାରନାଥ ଧ୍ଵନି ଦେଇ ସିଂହ ଦ୍ଵାରକୁ ଯାଇଥିଲେ। ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖଣ୍ଡୁଆ, ଉତ୍ତରୀୟ,ଫୁଲତୋଡ଼ା ଓ ଆଲାରନାଥଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ଏକ ବୃହତ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ ପରେ ପୀଠରୁ ମୁଖ୍ୟମନ୍ତ୍ରୀ କାରକେଡ ଯୋଗେ ବିଦାୟ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କ ସହିତ ପୁରୀ ଜିଲ୍ଲା ର ଶତାଧିକ କର୍ମୀ ଯୋଗ ଦେଇଥିଲେ।

 

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed