March 10, 2026

ରବିବାର ବସିବ ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ*

IMG-20250622-WA0006
Share

 

 

 

*ରଥଯାତ୍ରାକୁ ଆଉ ମାତ୍ର ୫ ଦିନ । ଜଗତକର୍ତ୍ତାଙ୍କ ଯାତ୍ରାରେ ସାମିଲ ହେବାକୁ ଶ୍ରୀକ୍ଷେତ୍ରକୁ ଧାଇଁବେ ଅସଂଖ୍ୟ ଯାତ୍ରୀ । ସେଥିପାଇଁ ପ୍ରଶାସନିକ ସ୍ତରରେ ବସୁଛି ଘନ ଘନ ବୈଠକ । ଆଜି ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଚୂଡାନ୍ତ ସମନ୍ନୟ ବୈଠକ ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀ କିପରି ସୁଖଦ ଅନୁଭୂତି ନେଇ ଫେରିବେ ସେଥିଲାଗି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଜାରି ରହିଛି ଉଦ୍ୟମ ।*

 

*ଆଜି ଟାଉନହଲ ପରିସରରେ ଦିନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିବେ। ରାସ୍ତାଘାଟ, ମୁକୁଳା ଡ୍ରେନ ଓ ପରିମଳକୁ ନେଇ ସରଗରମ ଆଲୋଚନା ହେବ ବୋଲି ଆଶା କରାଯାଉଛି ।*