ଉମରକୋଟ ଠାରେ ମାଁ ଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମ ରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…………
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଠାରେ ମାଁ ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି ବୃକ୍ଷ ରୋପଣ ଅଭିଯାନରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ ଏକ ନମ୍ବର ୱାର୍ଡର ଦରଗାଗୁଡ଼ା ପଡିଆରେ ଏହି ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହରର ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ମହିଳା, ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ଉମରକୋଟ ବନଖଣ୍ଡ ତରଫରୁ ମଧ୍ୟ ସହଯୋଗ କରାଯାଇଛି । ଆଗାମୀ ଦିନରେ ଉମରକୋଟ ପୌରାଞ୍ଚଳ ରେ ୫୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ କହିଛନ୍ତି।
