September 19, 2026

ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ

IMG-20250622-WA0010
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ନିକଟ ମଲ୍ଲୀ ପୁର ପଞ୍ଚାୟତରେ ଥିବା ବିଁକୁଡିଆ ଗ୍ରାମ ର ବାଲୁଙ୍କେଶ୍ଵର ଦେବ ଉଚ୍ଚବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଗ ଦିବସରେ ସାମ୍ବାଦିକ ତଥା ଯୋଗ ମହୋତ୍ସବ ସମିତି ର ସହ ସଯୋଜକ କେଦାର ନାଥ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ଯୋଗ କରାଇଥିଲେ। ପ୍ରାରମ୍ଭରେ ଯୋଗ ବିଷୟରେ ସମ୍ୟକ ସୂଚନା, ପ୍ରଥନା,ଯୋଗ ଅଭ୍ୟାସ, ପ୍ରାଣାୟମ, ଧ୍ୟାନ, ସଂକଳ୍ପ, ଶାନ୍ତି ପାଠ ପ୍ରମୁଖ କରାଇ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୁଦାମ ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଆଇସା ପାଇକରାୟ ,ୱାର୍ଡ ମେମ୍ବର ସୁଶାନ୍ତ କୁମାର ରାଉତ, ସାଗର କୁମାର ରଣା ବିଦ୍ୟାଳୟ ଆଲୁମିନ୍ କମିଟି ସଭାପତି ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପ୍ରଧାନ ଶିକ୍ଷକ ନରହରି ନନ୍ଦ ଅତିଥି ମାନଙ୍କର ପରିଚୟ କରିଥିବା ବେଳେ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।