July 3, 2024

ବିଜେଡି କର୍ମୀ କାର୍ଯ୍ୟାଳୟ ରୁ ହଟିଲା ବିଜେଡି ଦଳର ସବୁଜ ରଙ୍ଗ ହେଲା ସଫେଦ ରଙ୍ଗ

Share

ରାୟଗଡା : ରାୟଗଡା ସହର ର ରିଙ୍ଗ ରୋଡ ଠାରେ ଜନସାଧାରଣ ଓ ବିଜେଡି କର୍ମୀଙ୍କ ଅଭିଯୋଗ ଶୁଣିବା ଏହାର ସମାଧାନ କରିବା ସହିତ ବିଜେଡି ଦଳ କୁ ମଜ଼ବୁତ କରିବା ନିମନ୍ତେ ଗେ 2022 ମସିହା ଅକଟୋବର 14 ତାରିଖ ରେ ବିଜେଡି ଦଳର ସାଧାରଣ କର୍ମୀ ଓ ସଂଗଠକ ୟାଲା କୋଣ୍ଡା ବାବୁଙ୍କ ନେତୃତ୍ୱ ରେ ଚାନ୍ଦିଲି ସରପଞ୍ଚ ପେଦିନ୍ତି ରମୁଲ ଉଦଘାଟନ କରିଥିଲେ କିନ୍ତୁ ଗତ କାଲି 20 /06/2024 ତାରିଖ ରୁ ବିଜେଡି ଦଳର ବ୍ୟାନେର , ସାଇନ ବୋର୍ଡ଼, ଶଙ୍ଖ ଚି଼ହ୍ନ, ସହିତ ନବୀନ ପଟ୍ଟନାୟକ ଓ ବିଜୁବାବୁ ଙ୍କ ଫୋଟ କୁ ମଧ୍ୟ୍ୟ ବାହାର କରିବା ସହିତ ଅଫିସ ର କୋଲର ସବୁଜ ବଦଳରେ ସଫେଦ ( ଧଳା ) ରଙ୍ଗରେ ପରିଣତ କରାଯାଇଥିବା ଦେଖିବାକୁ ମିଳିଛି l ନିର୍ବାଚନ ରେ ବିଜେଡି ର ପରାଜୟ ପରେ କଣ ପାଇଁ ହଠାତ କଣ ପାଇଁ ବିଜେଡି ଦଳର ସବୁ ନାମ ନିଶାନା କୁ ବାହାର କରି ସଫେଦ ରଙ୍ଗ ରର କରିଲେ ତାହା ରାୟଗଡା ବାସୀଙ୍କୁ ଚକିତ କରିଛି l ଏହାର ପ୍ରତିକ୍ରିୟା ନେବା ପାଇଁ ଆମେ କୋଣ୍ଡା ବାବୁଙ୍କୁପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିଲୁ କିନ୍ତୁ ହୋଇପାରିଲା ନାହିଁ ଓ ତାଙ୍କର ଫୋନ ମଧ୍ୟ୍ୟ ବନ୍ଦ ବତାଇଥିଲା l ସୂଚନା ଯୋଗ୍ୟଯେ ରାୟଗଡା ଜ଼ିଲ୍ଲା ବିଜେଡି ର ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ ଡାହାଣ ହାତ କୁହାଯାଉଥିବା ୟାଲା କୋଣ୍ଡା ଦୀର୍ଘ 40 ବର୍ଷ ଧରି ଭାସ୍କର ରାଓ ଙ୍କ ସହିତ ବିଜେଡି ପାଇଁ କାମ କରିଆସୁଥିଲେ l ରାଜନୀତି ରେ କେହି କାହାର ନୁହଁ ଠିକ ସେହିପରି ଗତ 2022 ପୌର ନିର୍ବାଚନ ରେ କିଛି ମନମାଳିନ୍ୟ ହୋଇଥିଲା ଉଭୟ ଙ୍କ ମଧ୍ୟରେ ଶେଷରେ ଭାସ୍କର ବାବୁ ଙ୍କ ସହିତ ସମ୍ପର୍କ ଚି଼ହ୍ନ କରି ସହର ରେ ରିଙ୍ଗ ରୋଡ ଠାରେ ଏକ ଭଡା ଘରେ ବିଜେଡି କର୍ମୀ ଅଫିସ ଚଳାଇଆସୁଥିଲେ ଓ ସହର ତଥା ଜ଼ିଲ୍ଲା ରୁ ବହୁ ଜନସାଧାରଣ ଓ ବିଜେଡି କର୍ମୀ ଆସି ନିଜର ଅଭାବ ଅସୁବିଧା ଜଣାଉଥିଲେ କୋଣ୍ଡା ବାବୁ ବିଧାୟକ ମନ୍ତ୍ରୀ ଓ ଜ଼ିଲ୍ଲା ପ୍ରସାଶନ ସହିତ ସୁସମ୍ପର୍କ ରଖି ସମସ୍ତିଙ୍କୁ ସାହାଯ୍ୟ କରିଆସୁଥିଲେ l ବିଜେଡି ଦଳର ମୁଖ୍ୟା ଓ ତୃତୀୟ ମୋହଲା ରୁ ଆଦେଶ ପାଇଁ ଏହି ଅଫିସ କୋଣ୍ଡା ବାବୁ ଖୋଲିଥିଲେ କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ବିଜେଡି ରେ କୌଣସି ମନ୍ତ୍ରୀ, ରାୟଗଡା ଜ଼ିଲ୍ଲା ବିଜେଡି ପ୍ର୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ, ରାୟଗଡା ଜ଼ିଲ୍ଲା ବିଜେଡି ପୂର୍ବତନ ସଭାପତି ସୁଧୀର ଦାସ, ବିଜେଡି ରେ ରାଜ୍ୟ ସାଙ୍ଗଠନିକ ସସମ୍ପାଦକ ପ୍ରଣବ ଦାସ ବବି ଭାଇ ମଧ୍ୟ୍ୟ ଅଫିସ କୁ ଆସିନାହାନ୍ତି ତଥାପି ଦଳକୁ ମାଜ଼ାବୁତ କରିବା ପାଇଁ ଲାଗିପଡ଼ିଥିଲେ କୋଣ୍ଡା ବାବୁ ତାଙ୍କ ସହକର୍ମୀ l ଇତିମଧ୍ୟରେ ବିଜେଡି ରେ ଗୋଷ୍ଠି କନ୍ଦl ବଢ଼ିବାରେ ଲାଗିଲା କିନ୍ତୁ ବିଜେଡି ରେ ରାଜ୍ୟସ୍ତରୀୟ ନେତା କି ବିଜେଡି ଜ଼ିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ଏହାର ସମାଧାନ ବଦଳ ରେନିଜର ବ୍ୟକ୍ତି ଗତ ଫାଇଦା ପାଇଁ ବିଜେଡି ଦଳ କୁ ବିପଦ ମୁଖକୁ ଠେଲିଦେଲେ ବୋଲି ବିଜେଡି କର୍ମୀ ମୋହଲ ରେ ଆଲୋଚନା ଚାଲିଛି l ଗତ ସାଧାରଣ ନିର୍ବାଚନ ରେ ରାୟଗଡା ବିଧାୟକ ଟିକେଟ କୁ ନେଇ ଦଳ ମଧ୍ୟରେ ତୁମ୍ବିତୋଫାନ ଦେଖାଗଲା l ଜ଼ିଲ୍ଲା ବିଜେଡି ପରିବର୍ତ୍ତନ ହୋଇ ସୁଧୀର ବଦଳ ରେ ଭାସ୍କର ହେଲେ ବିଜେଡି ଜ଼ିଲ୍ଲା ସଭାପତି l ସଭାପତି ଦାୟିତ୍ୱ ନେବା ପରେ ଏପ୍ରିଲ 19 2024 ରେ ହୋଟେଲ ତେଜସ୍ୱୀ ପଡିଆ ଠାରେ ଏକ ବିଜେଡି ଅଫିସ କୁ ଅତୁନ ସବ୍ୟସାଚୀ ଉଦଘାଟନ କରିଥିଲେ l ଏଥିପୂର୍ବରୁ କୋଣ୍ଡା ବାବୁ ଙ୍କୁ ସେହିଦିନ ସଖାଳ ସମୟରେ ହୋଟେଲ ଲୋଟାସ କୁ ଡକାଇ କିଭଳି ବିଜେଡି ବିଧାୟକ ରାୟଗଡା ରୁ ନିର୍ବାଚିତ ହେବ କାମ କରିବା ପାଇଁ କହିଥିଲେ l ହାତୀର ଯେପରି ଦୁଇଟି ଦାନ୍ତ ଗୋଟିଏ ଖାଇବା ପାଇଁ ଅନ୍ୟଟି ଦେଖାଇବା ପାଇଁ ଠିକ ସେହିପରି ଅତୁନ ବାବୁ ଗୋଟିଏ ପଟ ବିଜେଡି କୁ ନିର୍ବାଚନ ରେ ବିଜୟ ପାଇଁ କହି ଅନ୍ୟ ପଟ କୋଣ୍ଡା ବାବୁ ଙ୍କ ଅଫିସ ରେ ବିଭିନ୍ନ ଦଳ ରୁ ବହୁ ବ୍ୟକ୍ତି ବିଜେଡି ରେ ମିଶିବା ନିମନ୍ତେ 21 ଏପ୍ରିଲ ତାରିଖ ସ୍ଥିର ହୋଇଥିଲା କିନ୍ତୁ ଅତୁନ ବାବୁ ଏପ୍ରିଲ 20 ତାରିଖ ଦିନ ତମାମ କୋଣ୍ଡା ବାବୁ ଙ୍କୁ ଧମକ ଦେଇ ମିଶ୍ରଣ ପର୍ବ ବନ୍ଦ କର ଣ ହେଲେ ବିଜେଡି ରୁ ବରଖାସ୍ତ କରାଯିବ ଖୀ ଧମକ ଦେଇଥିଲେ ବୋଲି ବିଜେଡି ରେ ବହୁ କର୍ମୀ କହିଛନ୍ତି l 20 ଏପ୍ରିଲ ରାତ୍ରି ସମୟରେ ଅତୁନ ବାବୁ ଏକ ପ୍ରେସ ନୋଟ ରିଲିଜ କରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ଆଦେଶ କ୍ରମେ କୋଣ୍ଡା ବାବୁ ଙ୍କୁ ବିଜେଡି ଦଳରୁ ବହିଷ୍କାର ଓ ବିନାୟକ ପୋଲାଈ ଙ୍କୁ ସସ୍ପେଣ୍ଡ କରାଗଲା ବୋଲି ଏକ ପ୍ରେସ ନୋଟ ସୋସିଆଲ ମିଡିଆରେ ବୁଲିବାରେ ଲାଗିଲା l ତଥାପି 21 ଏପ୍ରିଲ ରର ବିଭନ ଦଳର ବହୁ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ l ଏହାପରେ କୋଣ୍ଡା ବାବୁ ଙ୍କୁ ଭୁବନେଶ୍ୱର ଟେ ଆସି ବିଜେଡି ଅଫିସ ରର ମିଶିବା ଖବର ଆସିଥିଲା ପରେ ଭୁବନେଶ୍ୱର ନିଜ କିଛି ସମର୍ଥକ ଙ୍କ ସହିତ ଯାଇ ବବି ଦାସ ଓ ଭି ପଣ୍ଡିୟାନ ଙ୍କୁ ମିଶିଥିଲେ l ଉଭୟେ କୋଣ୍ଡା ବାବୁ ଙ୍କୁ ଦୃଢ଼ ବିଶ୍ୱାସ ଦେଇ ବିଜେଡି ରେ ବିଧାୟକ ଯେପରି ଭାବେ ରାୟଗଡା ରୁ ବିଜୟ ହେବ କହିଥିଲେ ବୋଲି ସେହି ସମୟ ଟେ କୋଣ୍ଡା ବାବୁ କହିଥିଲେ l ଇତିମଧ୍ୟରେ ନିର୍ବାଚନ ପ୍ରଚାର ଚାଲିଥାଏ ମେ 8 ତାରିଖ କୋଣ୍ଡା ବାବୁ ଙ୍କୁ ହଠାତ ଏକ ଫନ ଆସିଲା ଆପଣ ଟିକେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଯାଇକି ପ୍ରଚାର କରନ୍ତୁ ବୋଲି l ଇତିମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସମାପ୍ତି ଘଟିଛି ବିଜେଡି ବିରାଟ ପରାଜୟ ଘଟିଛି ଥି ଏହି ସମୟରେ କଣ ପାଇଁ କୋଣ୍ଡା ବାବୁ ବିଜେଡି କର୍ମୀ ଅଫିସ ରୁ ବିଜେଡି ରେ ଚି଼ହ୍ନ ବର୍ଣ୍ଣ ବାହାର କରିଲେ ତାହା ସ୍ରମସ୍ତି ଙ୍କୁ ଚକିତ କରିଛି l ଜନସାଧାରଣ ରେ ଆଲୋଚନା ଚାଲିଛି ଯେ କୋଣ୍ଡା ବାବୁ ଦଳ ରେ ବଡ଼ ନେତା କି କୌଣସି ପଦ ପଦବୀ ରେ ନାହାନ୍ତି ସେ ଏକ ସାଧାରଣ କର୍ମୀ କଣ ଏକ ସାଧାରଣ କର୍ମୀ କୋଣ୍ଡା ବାବୁ ଙ୍କୁ କିପରି ଅତୁନ ବହିଷ୍କାର କରିଲେ ବୋଲି କର୍ମୀ ମାନେ ଆଲୋଚନା କରୁଛନ୍ତି l କୋଣ୍ଡା ବାବୁ ଙ୍କ ବହୁ ସମର୍ଥକ କହିଛନ୍ତି ଯେ କୋଣ୍ଡା ବାବୁ ବିଜେଡି ପାଇଁ ଦୀର୍ଘ, 40 ବର୍ଷ ଧରି କାମ କରିଆସୁଥିଲେ ଦଳ ରେ ସଂଗଠନ ପାଇଁ କୋଣ୍ଡା ବାବୁ ଏହି ଅଫିସ ଚାଲୁ କରିବା ଦିନରୁ ନିଜର ଦୁଇଟି ଟ୍ରକ, ଆନ୍ଧ୍ର ରେ ନିଜର କିଛ ଜମି ବିକ୍ରି କରି ଦଳ ପାଇଁ କାମ କରୁଥିଲେ ବର୍ତମାନ ଏହି ନିର୍ବାଚନ ରେ ନିଜର ସୁନା ବିକ୍ରି କରି ଦଳ ପାଇଁ କରିଲେ l ନିର୍ବାଚନ ରେ ପରାଜୟ ପରେ ରାଜ୍ୟ କି ଜ଼ିଲ୍ଲା ରେ ବିଜେଡି ରେ କୌଣସି ନେତୃବୃନ୍ଦ କୋଣ୍ଡା ବାବୁଙ୍କ ସହିତ ଆଲୋଚନା କରିଲେ ନାହିଁ ବୋଲି କେତକ କର୍ମୀ କହିଛନ୍ତି l. ରାୟଗଡା ଜ଼ିଲ୍ଲା ବିଜେଡି ଗୋଷ୍ଠୀ କନ୍ଦଳ ରେ ଫାଇଦା ଅତୁନ ସବ୍ୟସାଚୀ ଉଠାଇ ରାୟଗଡା ବିଜେଡି କୁ ପରାଜୟ ରାସ୍ତା ଦେଖାଇଲେ ବୋଲି ବହୁ ବିଜେଡି କର୍ମୀ ମାତବ୍ୟକ୍ତ କରିଛନ୍ତି l ବର୍ତମାନ ବିଜେଡି ଅଫିସ ରୁ ସବୁଜ ରଙ୍ଗ ହଟେଇ ଧଳା କରାଗଲା ଆଗାମୀ ଦିନ ରେ କଣ କରିବୁ ତାହା ନିଷ୍ପତି ନେବୁ ବୋଲି କୋଣ୍ଡା ବାବୁ ଙ୍କ ସମର୍ଥକ କହିଛନ୍ତି
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ