July 5, 2024

ମୃତ କାଉନସିଲର ଜି.ରାମଣା ପାରଳାଖେମୁଣ୍ଡି ରଥଯାତ୍ରା ଅନ୍ନଭୋଗ କମିଟିରେ ସଦସ୍ୟ

Share

 

ପାରଳାଖେମୁଣ୍ଡି:୨୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ରଥଯାତ୍ରା କମିଟିର ଏକ ଉପ କମିଟିରେ ଜଣେ ମୃତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହିଛି l ଯେଉଁ ମୃତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହିଛି ସେ ବ୍ୟକ୍ତିଙ୍କ ନାମ ହେଉଛି ଜି ଭେଙ୍କଟ ରମଣ ସେ ପାରଳାଖେମୁଣ୍ଡି ପୌରପରିଷଦ ୬ ନମ୍ବର ୱାର୍ଡର କାଉନସିଲର ଥିଲେ l ଗତ ୨୨- ୧୧-୨୦୨୩ ତାରିଖରେ ତାଙ୍କର ମୃତ୍ୟୁ ହେଇଥିଲା l ଗତ ୨୨-୫-୨୦୨୪ ତାରିଖରେ ପାରଳାଖେମୁଣ୍ଡି ୟୁନୀୟନ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନର ସଭାଗୃହ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା l ଉକ୍ତ ବୈଠକରେ ବିଭିନ୍ନ ପ୍ରକାର କମିଟି ଯଥା ମିନାବଜାର କମିଟି, ରଥ ନିର୍ମାଣ କମିଟି, ଶୁଖିଲା ଭୋଗ କମିଟି ଅନ୍ନଭୋଗ କମିଟି ଆଦି ଉପ କମିଟି ଗୁଡ଼ିକ ଗଠନ ହଇଥିଲା l ତେବେ ଉକ୍ତ କମିଟିର ସମ୍ପାଦକ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ଦସ୍ତଖତ ଥାଇ ପ୍ରୋସିଡିଙ୍ଗ ଚିଠା ସଦସ୍ୟ ମାନଙ୍କୁ ୨୮-୫ -୨୦୨୪ ତାରିଖରେ ପ୍ରଦାନ କରଯାଇଥିଲା l କିନ୍ତୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଏହି ଚିଠା ରେ ଥିବା ଅନ୍ନଭୋଗ କମିଟିରେ ଜଣେ ମୃତ କାଉନସିଲର ଜି. ଭେଙ୍କଟ ରମଣଙ୍କ ନାମ ଉଲ୍ଲେଖ ରହିଛି l ଏହାକୁ କେନ୍ଦ୍ର କରି ରଥଯାତ୍ରା କମିଟିର କାର୍ଯ୍ୟ ପ୍ରଣାଣିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l