ପ୍ରଥମ ସ୍ବତ ସ୍ବତନ୍ତ୍ର କମିଟି ବୈଠକ

ଆଜି ଗୁରୁବାର ଦିବା ୧୦ ଘଟିକା ସମୟରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍. ଏମ୍.ସି.ଏଲ୍) ର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି)ର ଅନୁମୋଦନ କ୍ରମେ ପ୍ରଥମ ସ୍ବତନ୍ତ୍ର କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଧବଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ମାନ୍ୟବର ମନ୍ତ୍ରୀ ତଥା ସାଂସଦ ( (ଲୋକସଭା), ସମ୍ବଲପୁରଙ୍କ ପ୍ରତିନିଧ୍ ରାଜେନ୍ଦ୍ର ପ୍ରସାଦ ସିଂହ, ଜିଲ୍ଲାପାଳ ଆବ୍ଦାଲ୍ ଏମ୍ ଅଖତାର, ଅତିରିକ୍ତ ଜିଲ୍ଲାପାଳ-ତଥା-ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବସତି ଓ ଥଇଥାନ, ଅନୁଗୋଳ ଉଦୟ କୁମାର ମହାପାତ୍ର, ତାଳଚେର ଉପ-ଜିଲ୍ଲାପାଳ ସମୀର କୁମାର ଜେନା, ଅନୁଗୋଳ ଉପ-ଜିଲ୍ଲାପାଳ ମୟାଧର ବେହେରା, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଏମ୍.ସି.ଏଲ୍ ଉଦୟ ଅନନ୍ତ କାଓଲେ, ନିର୍ଦ୍ଦେଶକ ମାନବ ସମ୍ବଳ କେଶବ ରାଓ, ନିର୍ଦ୍ଦେଶକ ସଂଚାଳନ ଯୁଗଳ କିଶୋର ବୋରାଙ୍କ ସମେତ ଏମ.. .ସି.ଏଲ୍ ର ସମସ୍ତ ମହାପ୍ରବନ୍ଧକ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ପ୍ରାରମ୍ଭ ରେ କମିଟିର ସଭାପତି ସମସ୍ତଙ୍କୁ ସ୍ବାଗତ ପୂର୍ବକ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ଏହି ବୈଠକରେ ମୋଟ ୫ଟି ବିଷୟରେ ଆଲୋଚନା ହୋଇଥିଲା । ଯାହା ମଧ୍ୟରେ ପଥରମୁଣ୍ଡା ଗ୍ରାମର ୧୧ ଗୋଟି ପରିବାରର ୩୩ ଗୋଟି ନିଯୁକ୍ତି, ବାକିଥିବା ୬୮ ନାତିମାନଙ୍କର ନିଯୁକ୍ତି, କଂସମୁଣ୍ଡା ଗ୍ରାମର ୭୯ ଜଣଙ୍କର ବାକିଥିବା ନିଯୁକ୍ତି, ପିରଖମଣ ଗ୍ରାମର ଭୂ-ଅର୍ଜନ ସମ୍ୱନ୍ଧୀୟ କ୍ଷତିପୂରଣ ଓ ହଂସମୂଳ (ତଳସାହି)ର ସ୍ଥାନାନ୍ତରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ପରିଶେଷରେ ଜିଲ୍ଲାପାଳ, ଅନୁଗୋଳ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ