April 24, 2026

ବିଲମାଳ ନିମଗଛରୁ ଶିକ୍ଷକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

hand
Share

 

ବୁଗୁଡା : ତା ୨୨/୦୪/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର ବିଲମାଳରେ ଥିବା ଏକ ନିମଗଛରୁ ଜନୈକ ବ୍ଯକ୍ତିଙ୍କ ଝୁଲନ୍ତା ଶରୀରକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ମୃତ ବ୍ଯକ୍ତି ଜଣକ ହେଲେ କରଚୁଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ସେଠୀ (୪୨)। ଏ ନେଇ ପୋଲିସ କେସ୍ ନଂ୧୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡଭୂଇଁ ଗ୍ରାମରେ ପରିବାର ସହ ରହି ରାଜେନ୍ଦ୍ର କରଚୁଲି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ନିଜ ଗାଁ ପଙ୍କଳସାହିକୁ ବେଳେବେଳେ ବୁଲାବୁଲି କରିବାକୁ ଆସୁଥିଲେ। ତେବେ ବୁଧବାର ସକାଳେ ରାଜେନ୍ଦ୍ରଙ୍କ ମର ଶରୀର ତାଙ୍କର ପଙ୍କଳସାହି ଘର ବାରିପଟ ବିଲମାଳସ୍ଥ ଏକ ନିମଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା। ପୋଲିସ ଜବତ ଶବକୁ ବ୍ୟବଛେଦ ପାଇଁ ପଠାଇଥିବାବେଳେ ଏହି ଘଟଣାର ତଦନ୍ତ ଦାୟିତ୍ବରେ ଏଏସଆଇ ରାଜକୁମାର ମହାପାତ୍ର ରହିଥିବା ଜଣାଯାଇଛି।

You may have missed