June 23, 2026

ଦମୟନ୍ତିସାଗର ଉନ୍ନତି ସକାଶେ ପରିଷଦ ସଭାଗୃହରେ ବୈଠକ. ଦେୱାନମୁଣ୍ଡା ପୋଖରୀ କାମକୁ ନେଇ ବିଧାୟକ ଅସନ୍ତୋଷ

IMG-20260422-WA0022
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଦମୟନ୍ତୀ ସାଗରର ହୃଦୟ ର ସହ ଉନ୍ନତି କରିବା ପାଇଁ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନିର୍ବାହୀ ଅଧିକାରୀ ଶ୍ରୀ କମଲେସ ମହନ୍ତ ଙ୍କ ଅଧକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ରେ 2003ମସିହା ରେ ପୂର୍ବତନ ବିଧାୟକ ସ୍ବର୍ଗତ ବାସୁଦେବ ମାଝୀ ଙ୍କ ଅନୁରୋଧ କ୍ରମେ ଦମୟନ୍ତୀ ସାଗର ପୁନଃ ଉଦ୍ଧାର ପାଇଁ ଦୁଇ କୋଟି ଟଙ୍କା ପୂର୍ବତନ ଉପ ରାଷ୍ଟ୍ର ପତି ଏପିଜେ ଅବଦୁଲ କାଲାମ ଅନୁଦାନ ପ୍ରଦାନ କରିଥିଲେ. ସାଗର ଉପରେ ଥିବା ଆଡି ବନ୍ଧ କୁ ହଟା ଯିବାର ଆବଶ୍ୟକ ରହିଛି ନ ହେଲେ ପଙ୍କ ଉଦ୍ଧାର ହୋଇ ପାରିବ ନାହିଁ.ସ୍ୱୟଂ ସହାୟକ ଗୋଷ୍ଟି କୁ କାମ ନ ଦେଇ ଟେଣ୍ଡେର ମାଧ୍ୟମ ରେ କାମ କରାଯାଉ. 2023/24ମସିହାରେ ମଞ୍ଜୁର ହୋଇଥିବା ସୋହଳ କୋଟି ବାସ୍ତରୀ ଲକ୍ଷ ଛପନ ହଜାର ଟଙ୍କା ମଧ୍ୟରୁ ଖର୍ଚ୍ଚ ହୋଇଥିବା ଚାରି କୋଟି ରୁ ଉର୍ଦ୍ଧ ଟଙ୍କା ର ବହୁ ଅନିୟମିତତା ହୋଇଛି. ବର୍ଷା ଋତୁ ପରେ ସାଗର କାମ ଆରମ୍ଭ କରାଯାଉ.ଜବର ଦଖଲ କାରୀ ଙ୍କ କବଜାରୁ ଜମି ଉଛେଦ କରାଯାଉ. ଚାରି କୋଟି ଖର୍ଚ୍ଚ କରି ସାଗର କୁ କରନାଳ ରେ ପରିଣତ କରାଗଲା. ଘାଟ ଗୁଡିକ ର ସଫେଇ.ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଇତ୍ୟାଦି ସମେତ ସହରରେ ଲକ୍ଷା ଧିକ ଟଙ୍କା ଟିକସ ଆଦାୟ କରାଯାଉ ଥିବା ସତ୍ୱେ ପରିଷଦ ସହର ବାସି ଙ୍କ ପାଇଁ କଣ ଆଖି ଦୃଶିଆ ଉନ୍ନୟନ ମୂଳକ କାମ କରିଛି ବୋଲି ଆଲୋଚନା ହୋଇଥିବା ବେଳେ ବୃହତମ ପୋଖରି ଦେୱାନ ମୁଣ୍ଡା ରେ ଚାଲୁଥିବା କାମ କାହା ସ୍ୱାର୍ଥ ରେ ବୋଲି ବିଧାୟକ ଶ୍ରୀ ରୁପୁ ଭତରା ବୈଠକ ରେ ଅସନ୍ତୋଷ ପ୍ରକାଶ କରିଥିଲେ.ସାଂସଦ ପ୍ରତି ନିଧି ରାମେଶ୍ୱେର ଜେନା ସାଗର ର ପୁନଃଉଦ୍ଧାର କିପରି ହୋଇଛି ଆମେ ସମସ୍ତେ ଅବଗତ ଅଛେ ତେଣୁ ସରକାରଙ୍କୁ ଠିକ ତଥ୍ୟ ପ୍ରଦାନ ସହ ଡିପିଆର ପ୍ରସ୍ତୁତ କଲେ ଦେଢ଼ ସହ ରୁ ଦୁଇ ସହ କୋଟି ଟଙ୍କା ପର୍ଯ୍ୟନ୍ତ ସରକାର ଙ୍କୁ ବିଧାୟକ ଙ୍କ ଦ୍ୱାରା ପ୍ରସ୍ତାବ ପ୍ରଦାନ କରାହବ ବୋଲି ମତ ଦେଇଥିଲେ.ନିର୍ବାହୀ ଅଧିକାରୀ ଶ୍ରୀ କମଲେସ ମହନ୍ତ ଙ୍କ ଅଧକ୍ଷତା ରେ ଆୟୋଜିତ ବୈଠକ ରେ ବୁଦ୍ଧିଜୀବୀ. ଗଣମାଧ୍ୟମ ପ୍ରତିନିଧି. ଠିକାଦାର ,ବରିଷ୍ଠ ନାଗରିକ. ଭୁବନେଶ୍ୱର ଠାରୁ ଆସିଥିବା ବ୍ରିଲିୟାଣ୍ଟ କନସଲଟେଣ୍ଟ ଟିମ ଏବଂ କେତେକ ହାତ ଗଣତି କାଉନ ସିଲର ଏବଂ ପରିଷଦର ଅଧିକାରୀ ଓ କର୍ମ ଚାରି ଉପସ୍ଥିତ ରହି ନିଜ ର ମତ ପ୍ରଦାନ କରିଥିବାର ଜଣା ଯାଇଛି Iବୈଠକ ପରେ ଦମୟନ୍ତୀ ସାଗର ଉପର ମୁଣ୍ଡ ରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ବିଧାୟକ ଶ୍ରୀ ଭତରା ଙ୍କ ସହ ପରିଷଦ ପକ୍ଷରୁ ଦୁଇ ଜଣ ଯନ୍ତ୍ରୀ ଏ ରାଜେଶ କୁମାର ଦାସ. ସୁଧୀର କୁମାର ନନ୍ଦୀ ଏବଂ ଭୁବନେଶ୍ୱର ରୁ ଆସିଥିବା ବ୍ରିଲିୟାଣ୍ଟ ଟିମ ସହ ପରିଦର୍ଶନ କରି ସଠିକ ତଥ୍ୟ ସରକାର ଙ୍କୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିବା ର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର

You may have missed