କନ୍ଧମାଳରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୨୩ କେଜି ଗଞ୍ଜେଇ ଜବତ ଦୁଇ ଗିରଫ
ବେଲଗୁଣ୍ଠା:( ସୁକାନ୍ତ କୁମାର ନାୟକ ଙ୍କ ରିପୋର୍ଟ)
କନ୍ଧମାଳରୁ ରାଜ୍ୟ ବାହାରକୁ ବେଆଇନ୍ ଭାବରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଉଞ୍ଜନଗର ପୋଲିସ ଜ . ରମ୍ଭା ଛକରୁ ୨୩ କେଜି ୩୪୫ ଗ୍ରାମ ଗଞ୍ଜେଇ ସମେତ ୭000 ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଛି । ଏହାସହ ଏହି ଘଟଣାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ କେନାଲ ସାହିର ମିଥୁନ କୁମାର ଶତପୀଥି ଓ ବିହାରର ଜୟରାମ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଉଞ୍ଜଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଥାନା ଅଧିକାରୀ ଜିବନା ନନ୍ଦ ଜେନାଙ୍କ ନିଦ୍ଦେଶ କ୍ରମେ
ଲକ୍ଷ୍ମି ଧର ମହାନ୍ତି ଭଞ୍ଜନଗର ଫୁଲବାଣୀ ରାସ୍ତା ନିଧିଆ ପଲ୍ଲୀ ଛକ ଠାରେ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଜି ରମ୍ଭା ଛକ ଠାରେ ଦୁଇ ଜଣ ଯୁବକ ଦୁଇଟି ଟ୍ରଲି ବ୍ୟାଗ୍ ଧରି ଛିଡା ହୋଇଥିବା ନେଇ ପୁଲିସ ଟିମ୍ ଦେଖିବାକୁ ପାଇଥିଲେ ଏବଂ ପୋଲିସ ଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ବ୍ୟାଗ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ୨୩.୩୪୫ କେଜି ଗଞ୍ଜେଇ ବାହାରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ କୁ ଓଜନ କରିବା ସହ ଭଞ୍ଜନଗର ପୋଲିସ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
