May 10, 2026

ମା କାଳିକା ଭାଗବତ ପ୍ରତିଯୋଗିତା ଉଦଘାଟିତ..

IMG-20250322-WA0030
Share

 

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ ବ୍ଲକ ଅସରଳା ଗ୍ରାମରେ ୧୩ ତମ ବାର୍ଷିକ ମା କାଳିକା ଭାଗ ବତ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ମୁଖ୍ଯ ଅତିଥି ରୂପେ କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ତାରା ପଟ୍ଟନାୟକ, ସମାଜସେବୀ ମାନସ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଦୁର୍ଯ୍ୟୋଧନ ସ୍ବାଇଁ, ସୁମନ ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଏହି ନିଆରା ପ୍ରତିଯୋଗିତା କୁ ରାଜୀବ କୁମାର ସାମନ୍ତରାୟ ପରିଚାଳନା କରିଥିବା ବେଳେ ବିଚାରପତି ଭାବେ ସୁକାନ୍ତ ନଦ୍ଦ ସଚ୍ଚି ପଟ୍ଟନାୟକ ଓ ବାୟକ ବୁଦ୍ଧିମାନ ପ୍ରଧାନ ଭାଗବତ ମଣ୍ଡଳୀ ମାନଙ୍କୁ ଭାଗବତ ସାର ତଥ୍ଯ ଉପରେ ଭାଗ ନେଇଥିବା ପ୍ରତିଯୋଗି ମାନଙ୍କୁ ପ୍ରଶ୍ନ କରିଥିଲେ ଯେଉଁ ପ୍ରଶ୍ନର ଉତ୍ତର ଖଂଜଣି ଓ ଗିନି ମାଧ୍ଯମ ରେ ପ୍ରତିଯୋଗି ଉତ୍ତର ଦେଉଥିଲେ। ଏହି ନିଆରା ଭାଗବତ ପ୍ରତିଯୋଗିତା ରେ ଚଳିତ ବର୍ଷ ଚାରୋଟି ଭାଗବତ ମାତୃମଣ୍ଡଳୀ ଦଳଫତେଗଡ,ବେଣାଗାଡିଆ,ରାମଚନ୍ଦ୍ରପୁର ସହ ଚକ୍ରଧରପୁର ଭାଗବତ ମଣ୍ଡଳୀ ଯୋଗ ଦେଇଥିବା ବେଳେ ପ୍ରଥମ ସନ୍ଧ୍ଯା ରେ ଫତେଗଡ ମାତୃମଣ୍ଡଳୀ ଦଳ ସହ ବେଣାଗାଡିଆ ମଧ୍ଯ ରେ ପ୍ରତି ଯୋଗିତା ଆରମ୍ଭ ହୋଇଥିଲା ବିଳମ୍ବିତ ରାତ୍ରିରେ ଶେଷ ହୋଇଥିବା ପ୍ରତିଯୋଗିତା ରେ ପ୍ରଥମ ସନ୍ଧ୍ଯା ରେ ଫତେଗଡ ଗଳ ୩୬ ଓ ବେଣାଗାଡିଆ ଦଳ ୨୫ ପଏଣ୍ଟ ପାଇଥିଲେ। ଯାହାଫଳରେ ପ୍ରଥମ ଦିନରେ ଫତେଗଡ ମାତୃମଣ୍ଡଳୀ ଦଳ ବିଜୟୀ ହୋଇ ଫାଇନାଲ କୁ ଉଣ୍ଣିତ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନ ସନ୍ଧ୍ଯା ରେ ରାମଚନ୍ଦ୍ରପୁର ଭାଗବତ ମଣ୍ଡଳୀ ସହ ଚକ୍ରଧରପୁର ଭାଗବତ ମଣ୍ଡଳୀ ମଧ୍ଯ ରେ ଅନୁଷ୍ଠିତ ହେବ। ଏହି ନିଆରା ପ୍ରତିଯୋଗିତା କୁ ଫକୀର ସ୍ବାଇଁ ସୁରେନ୍ଦ୍ର ଚନ୍ଦ୍ର ମିଶ୍ର ରାଜୀବ କୁମାର ସାମନ୍ତରାୟ କଣ୍ଡୁରୀ ଚରଣ ମହାପାତ୍ର ସହଯୋଗ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।