March 8, 2026

ବଜରଙ୍ଗବଲି ସ୍ବେଚ୍ଛାସେବୀ ସଂଗଠନର ୪ର୍ଥ ବାର୍ଷିକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

IMG-20260222-WA0023
Share

 

 

ଖଇରା,( ଦେବାଶିଷ ଦାଶ )

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ସରକାରୀ ଉପ୍ରା ବିଦ୍ୟାଳୟ, ନୂଆ ପରିସରରେ ବଜରଙ୍ଗୀବଲି ସ୍ବେଚ୍ଛାସେବୀ ସଂଗଠନ ତରଫରୁ ୪ର୍ଥ ବାର୍ଷିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ ଅନ୍ତରା ସୋସାଇଟି ସମ୍ପାଦକ ବିକାଶ କୁମାର ନାୟକ ଯୋଗଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସିମୁଳିଆ ଆଇଆଇସି ଦେବରାଜ ଜେନା ଏବଂ ମୁଖ୍ୟବକ୍ତା ଭାବେ ବିଡ଼ିଓ ନାରାୟଣ ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବନମାଳୀ ଉପାଧ୍ୟାୟ, ସୁବଳ ସାହୁ, ସମିତି ସଭ୍ୟା ସବିତାରାଣୀ ପଣ୍ଡା, ହାଇସ୍କୁଲ ପ୍ରଧାନ ଶିକ୍ଷକ ମହେନ୍ଦ୍ର ଜେନା, ନୋଡ଼ାଲ ସ୍କୁଲ ପ୍ରଧାନ ଶିକ୍ଷକ ଲମ୍ବୋଦର ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ମାଧ ବାରିକ ଏବଂ ସମାଜସେବୀ,ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଓ ପଦପଦବୀରେ ମଣ୍ଡିତ ଥିବା କୁଞ୍ଜଲତା ମାହୁଁନ୍ତ ଯୋଗଦେଇ ମଞ୍ଚାସୀନ ଥିଲେ । ରକ୍ତଦାନ ସମ୍ବନ୍ଧରେ ମଞ୍ଚାସୀନ ଅତିଥି ମାନଙ୍କ ବକ୍ତବ୍ୟ ଖୁବ୍ ସୁନ୍ଦର, ଶିକ୍ଷଣୀୟ, ପ୍ରେରଣାଦାୟୀ ଓ ପରାମର୍ଶ ମୂଳକ ଥିଲା । ରକ୍ତଦାନ ମହତଦାନ, ବିନ୍ଦୁଏ ରକ୍ତ କାହାର ଜୀବନ ରକ୍ଷା କରିପାରେ । ସମସ୍ତେ ଏଥିପ୍ରତି ଆଗ୍ରହ ପ୍ରକାଶ କରିବା ଆବଶ୍ୟକ । ତେଣୁ ଆଜିର ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସମସ୍ତ ଅତିଥି ମାନେ ଧନ୍ୟବାଦ ଜଣାଇଥିଲେ । ସଂଗଠନର ସହ-ସମ୍ପାଦକ ସନ୍ତୋଷ ଦାସ ବିବରଣୀ ପାଠ କରିଥିବା ବେଳେ ସଂଗଠନର ସଭାପତି ପଦ୍ମଲୋଚନ ରାଉଳ, ସମ୍ପାଦକ ସଞ୍ଜୟ ମହାରଣା, କାର୍ଯ୍ୟକାରୀ ସମ୍ପାଦକ ପଦ୍ମଲୋଚନ ବାରିକ, ଉପସ୍ଥାପକ ସୁମନ ମହାନ୍ତି, ସଭ୍ୟ ଦାମୋଦର ବାରିକ, ସୁରେଶ ସାହୁ, ସୁବାଷ ଦାସ, ଗୌରାଙ୍ଗ ବାରିକ, ପର୍ଶୁରାମ ବାରିକ, ନରେନ୍ଦ୍ର ବାରିକ, କାର୍ତ୍ତିକ ପଣ୍ଡା, ଶରତ ଦାସ, ଗଜେନ୍ଦ୍ର ପଣ୍ଡା, ଉମେଶ ନାୟକ, ଅଜୟ ପଣ୍ଡା, ରାଜୁ ପଣ୍ଡା, ଯଶୋବନ୍ତ ବାରିକ, ସନ୍ତୋଷ ବାରିକ, ଗୌରାଙ୍ଗ ବେହେରା, ଦିଗବିଜୟ ଧଳ ଓ ସନ୍ତୋଷ ମୁଦୁଲି ପ୍ରମୁଖ ମେମ୍ବର ମାନେ କାର୍ଯ୍ୟକ୍ରମ ସଫଳ ଦିଗରେ ପୂର୍ଣ୍ଣ ସହଯୋଗ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାର କର୍ମଚାରୀ ମାନେ ପହଞ୍ଚି ପ୍ରାୟ ୬୦ ୟୁନିଟ ରକ୍ତ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ସଭା ଶେଷରେ ଛୋଟ ଶିଶୁ ପ୍ରତିଭା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ପିଲା ମାନଙ୍କୁ ସାର୍ଟିଫିକେଟ ସହିତ ହନୁମାନ ଚାଳିଶା ପ୍ରଦାନ କରାଯାଇଥିଲା ।